ରେପ୍ ପଛରେ ଆଉ କିଏ ? ଆଉ କିଏ ସବୁ ଏଭଳି ଜଘନ୍ୟ କାଣ୍ଡରେ ସଂପୃକ୍ତ ଅଛନ୍ତି । ତାଙ୍କ ପାଖରେ ପହଁଚିପାରିବ କି ସିବିଆଇ । କୋଲକାତାରେ ମହିଳା ଡାକ୍ତରଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଏହାକୁ ନେଇ ଜାରି ରହିଛି ଡାକ୍ତର ଓ ନର୍ସିଂ ଷ୍ଟାଫଙ୍କ ଦେଶବ୍ୟାପୀ ଆନ୍ଦୋଳନ । ଅନ୍ୟପଟେ ଏହି ଘଟଣାରେ ତଦନ୍ତ କରୁଛି ସିବିଆଇ । ଅଭିଯୁକ୍ତ ସଂଜୟ ରାୟକୁ ଧରିଥିଲେ ମଧ୍ୟ ଘଟଣାରେ ବିଭିନ୍ନ ମୋଡ ନେଇ ତନତନ ଯାଞ୍ଚ କରୁଛି ସିବିଆଇ । ଏଭଳି ଲଜ୍ଜାକର ଘଟଣାର ପ୍ରକୃତ କାରଣ ଖୋଜୁଛି । ତେବେ ଏହି ଘଟଣାକୁ ନେଇ ସାଧାରଣ ଲାେକେ କେଉଁମାନେ ଆଉ ଦୋଷୀ ଅଛନ୍ତି ତାହାକୁ ବାହାର କରିବାକୁ ଦାବି କରୁଛନ୍ତି । ତେବେ ଜେରା ପରେ ଅନେକ କିଛି ପ୍ରଶ୍ନ ଉପରୁ ପ୍ରଶ୍ନବାଚୀ ଉଠିବ ବୋଲି ଆଶା କରିଛି ସିବିଆଇ ।