ସିପିଏମର ସାଧାରଣ ସମ୍ପାଦକ ତଥା ବରିଷ୍ଠ ରାଜନେତା ସୀତାରାମ ୟେଚୁରୀ ଆଉ ନାହାନ୍ତି। ଆଜି ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା।ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ନିମୋନିଆ ଯୋଗୁ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଆଇସିୟୁ ଓ ପରେ ଶ୍ୱାସକ୍ରିୟା ମେସିନ ଦ୍ୱାରା ତାସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ୟେଚୁରୀ ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥିଲେ ଏବଂ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ । ତାଙ୍କୁ ଅମ୍ଳଜାନ ଯୋଗାଇ ଦିଆଯାଉଥିଲା। ଏହାପୂର୍ବରୁ ୟେଚୁରୀଙ୍କ ମୋତିଆ ବିନ୍ଦୁ ଅପରେସନ ମଧ୍ୟ ହୋଇଥିଲା। ଶ୍ୱାସନଳୀ ସଂକ୍ରମଣ ଯୋଗୁ ସେ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ସେଠାରେ ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆଜି ସୀତାରାମ ୟେଚୁରୀ ଆଖି ବୁଜିଛନ୍ତି। ୟେଚୁରୀ ୨୦୧୫ରେ ପ୍ରକାଶ କରତଙ୍କ ସ୍ଥାନରେ ସିପିଏମ୍ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
୧୯୭୪ରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆରେ ସାମିଲ ହୋଇ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ। ୧୯୭୭ରେ ଏମରଜେନ୍ସି ଘୋଷଣା ସମୟରେ ଗିରଫ ହେବା ପରେ ସେ JNUରୁ ପିଏଚଡି ପାଠ୍ୟକ୍ରମ ଶେଷ କରିବାରେ ସଫଳ ହୋଇପାରିନଥିଲେ।
ଜେଏନ୍ୟୁକୁ ବାମପନ୍ଥୀଙ୍କ ଗଡ଼ ଭାବେ ଉଭା କରିବାରେ ସୀତାରାମ ୟେଚୁରୀଙ୍କ ଅବଦାନ ଅନେକ ଥିଲା। ୨୦୦୫ରୁ ୨୦୧୭ ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ଥିଲେ ସୀତାରାମ। ୨୦୧୬ ମସିହାରେ ଶ୍ରେଷ୍ଠ ସାଂସଦ ଭାବେ ପୁରଷ୍କୃତ ହୋଇଥିଲେ ସୀତାରାମ ୟେଚୁରୀ।