ବ୍ରିଟେନରେ ଋଷି ସୁନକଙ୍କ ସରକାର ଯିବା ପରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଋଷିଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍ ପାର୍ଟି ଚଳାଇଥିବା ୧୪ ବର୍ଷର ଶାସନର ଅନ୍ତ ଘଟିଛି। ବ୍ରିଟେନ୍ ସାଧାରଣ ନିର୍ବାଚନରେ ବାମପନ୍ଥୀ ଚିନ୍ତାଧାରା ଲେବର ପାର୍ଟି ବିପୁଳ ବିଜୟ ହାସଲ କରିଛି । କେୟର ଷ୍ଟାର୍ମର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୬୫୦ ଆସନ ବିଶିଷ୍ଟ ସଂସଦରେ ଲେବର ଦଳ ୩୨୬ର ମ୍ୟାଜିକ୍ ନମ୍ବର ଅତିକ୍ରମ କରିବା ପରେ ସୁନକ ଦଳର ପରାଜୟ ସ୍ୱୀକାର କରିଥିଲେ। ଷ୍ଟାର୍ମର କହିଛନ୍ତି, ବର୍ତ୍ତମାନ ପରିବର୍ତ୍ତନ ଆରମ୍ଭ ହୋଇଛି ଏବଂ ଏଭଳି ଜନାଦେଶ ତାଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରିଛି। ନିଜ ସଂସଦୀୟ ଆସନ ବଜାୟ ରଖିଥିବା ସୁନକ କହିଛନ୍ତି ଯେ ରେକର୍ଡ ପରାଜୟକୁ ସ୍ବୀକାର କରୁଛି ଏବଂ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଛି।