ନୂଆଦିଲ୍ଲୀ: ବାଂଲାଦେଶରୋ ଯାହା ସବୁ ଘଟୁଛି ସେଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦୋଷୀ । ଏହା କହିଛନ୍ତି ଲେଖିକା ତଥା ସାମାଜିକ କର୍କୀ ତସଲିମା ନସରିନ । ତାଙ୍କ କହିବା କଥା ବାଂଲାଦେଶରେ ଯେଉଁ ରାଜନୈତିକ ଅସ୍ଥିରତା ଦେଖାଦେଇଛି ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ହିଁ ଦାୟୀ । ସେ କହିଛନ୍ତି ଯେଉଁମାନେ ବାଂଲାଦେଶରେ ହିଂସା ନିଆଁ ଲଗାଇଛନ୍ତି ତାଙ୍କୁ ସଂରକ୍ଷଣ ଦେଇଥିଲେ ନିଜେ ହାସିନା । ତାଙ୍କ ଖୁସି ପାଇଁ ସବୁ କରୁଥିଲେ । ଆଜି ସେମାନେ ପୁରା ବାଂଲାଦେଶକୁ ନିଜ ନିୟନ୍ତ୍ରଣକୁ ହିଂସା ମାଧ୍ୟମରେ ନେଇଛନ୍ତି । ବାଂଲାଦେଶରୁ ନିର୍ବାସିତ ହେବା ପରେ ଭାରତରେ ରହୁଥିବା ତସଲିମା ନସରିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ବର୍ଷ ବର୍ଷ ଧରି ତାଙ୍କ କଥାରେ ଚାଲୁଥିଲେ ଶେଖ ହାସିନା । ତାଙ୍କୁ ଖୁସି କରିବା ପାଇଁ ଶେଖ ହସିନା ତାଙ୍କୁ ଦେଶରୁ ବାହାର କରିଥିଲେ। ଆଜି ସେମାନଙ୍କ ଯୋଗୁଁ ହସିନା ନିଜେ ଦେଶ ଛାଡ଼ିଛନ୍ତି। ଏଭଳି ସ୍ଥିତି ପାଇଁ ହସୀନା ନିଜେ ଦାୟୀ। କାରଣ ତାଙ୍କର ଶାସନ ସେମାନଙ୍କ ପାଇଁ ଢ଼ିଲା ଥିଲା ।
୧୯୯୯ରେ ତସ୍ଲିମାଙ୍କ ମାଙ୍କର ଦେହ ଅସୁସ୍ଥ ଥିଲା। ତାଙ୍କୁ ଦେଖିବାକୁ ଶେଷଥର ପାଇଁ ବାଂଲାଦେଶ ଯାଇଥିଲେ। କିନ୍ତୁ ଏହାପରେ ସେ ଆଉ ବାଂଲାଦେଶରେ ପ୍ରବେଶ କରିପାରିନାହାନ୍ତି। ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ହସୀନା ତାଙ୍କୁ ଦେଶରୁ ବାହାର କରିଥିଲେ। ସେହି ମୌଳବାଦୀମାନେ ଛାତ୍ର ଆନ୍ଦୋଳନରେ ଜଡ଼ିତ ଅଛନ୍ତି । ହିଂସାକାଣ୍ଡ ଘଟାଉଛନ୍ତି । ଯେଉଁମାନେ ଆଜି ହସୀନାଙ୍କୁ ଦେଶ ଛାଡିବାକୁ ବାଧ୍ୟ କରିଛନ୍ତି। ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବାକୁ ହସିନା ସବୁବେଳେ ପ୍ରୟାସ କରୁଥିଲେ। ଆଜି ତାହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଛି ବୋଲି ତସଲିମା ଲେଖିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ଶେଖ ହସିନାଙ୍କୁ ଇସ୍ତଫା ଦେଇ ଦେଶ ଛାଡିବାକୁ ପଡିଛି। ସେ ନିଜ ପରିସ୍ଥିତି ପାଇଁ ଦାୟୀ। ହସୀନା ମୌଳବାଦୀମାନଙ୍କୁ ଗୁରୁତ୍ୱ ଦେଉଥିଲେ। ଏବେ ସେଠାରେ କିଏ ସରକାର ଗଠନ କରୁଛି ତାହା ହିଁ ବଡ଼ କଥା । ପାକିସ୍ତାନ ଭଳି ବାଂଲାଦେଶର ଅବସ୍ଥା ହେବାକୁ ଯାଉଛି । ଏକଛତ୍ରଶାସନ ହେଲେ ବାଂଲାଦେଶ ପାଇଁ ଶୁଭ ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମଧ୍ୟ ମତ ଦେଇଛନ୍ତି ।