ବର୍ତ୍ତମାନ ଦୈନନ୍ଦିଦ ଜୀବନରେ ସୋସିଆଲ ମିଡିଆ ଏହାର କାୟା ବିସ୍ତାର କରିବାରେ ଲାଗିଛି । ସୋସିଆଲ ମିଡିଆରେ ଆମେ ସାଙ୍ଗସାଥି ଓ ପରିବାର ବର୍ଗଙ୍କ ସହ ଅନେକ ଫୋଟୋ, ଭିଡିଓ ଇତ୍ୟାଦି ଶେୟାର କରିଥାଉ । ଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ Koo ବିଷୟରେ ତ ସମସ୍ତେ ଜାଣିଥିବେ । ଖୁବ୍ ଶୀଘ୍ର ଏହା ବନ୍ଦ ହେବାକୁ ଯାଉଛି । ଏନେଇ କମ୍ପାନୀ ସହ ପ୍ରତିଷ୍ଠାତା ଅପ୍ରମେୟା ରାଧାକୃଷ୍ଣ LinkedInରେ ଏକ ପୋଷ୍ଟ ଶେୟାର କରିଛନ୍ତି ।ଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘Koo’ର ବିକ୍ରୟ ଏବଂ ମିଶ୍ରଣକୁ ନେଇ ବିଭିନ୍ନ କମ୍ବାନୀ ସହ ଆଲୋଚନା ଜାରି ରହିଥିଲା । ଏଥିରେ Dailyhunt ମଧ୍ୟ ସାମିଲ ଅଛି । ତେବେ ବିଭିନ୍ନ କମ୍ପାନୀ ସହ କଥାବାର୍ତ୍ତା ସଫଳ ନହେବାରୁ କମ୍ପାନୀର ସହ ପ୍ରତିଷ୍ଠାତା ‘Koo’କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।