କୋଲକାତା:ସନ୍ଦେଶଖାଲିରେ ଜମି ଜବରଦଖଲକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ କଡା ତାଗିଦ କରିଛନ୍ତି । ଯେଉଁମାନେ ଜମି ଜବରଦଖଲ କରିଛନ୍ତି ତାଙ୍କ ବିରୋଧରେ ସିବିଆଇ ତଦନ୍ତ ହେଲେ ରାଜ୍ୟ ସରକାରଙ୍କ କ୍ଷତି କଣ ହେଉଛି ବୋଲି ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ସନ୍ଦେଶଖାଲି ହିଂସା ଘଟଣାରେ ସିବିଆଇ ଯାଞ୍ଚ କରିବା ବିରୋଧରେ ନିର୍ଦ୍ଦେଶ ଦେବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ସନ୍ଦେଶଖାଲିରେ ନିଲମ୍ବିତ ତୃଣମୂଳ କଂଗ୍ରେସ (ଟିଏମସି) ସଦସ୍ୟ ଶାହଜାହାନ ଶେଖ ଏବଂ ତାଙ୍କ ଅନୁଗାମୀଙ୍କ ବିରୋଧରେ ହୋଇଥିବା ଜମି ଦଖଲ ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗର ତଦନ୍ତ କରିବାକୁ ସିବିଆଇ ନିର୍ଦ୍ଦେଶ ହାଇକୋର୍ଟଙ୍କ ପକ୍ଷରୁ ଦିଆଯାଇଥିଲା। ଏହି ତଦନ୍ତ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯେଉଁଥିରେ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ତାଙ୍କ ପକ୍ଷ ଉପସ୍ଥାପନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଖାରଜ କରିଛନ୍ତି। ଫଳରେ ଏବେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ବାଟ ସଫା ହୋଇଛି।