କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ରାକ୍ଷୀ ପୂର୍ଣ୍ଣମା ଅବସରରେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରୀ, ମହିଳା ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ହାତରୁ ରାକ୍ଷୀ ବାନ୍ଧିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଭବନରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ । ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ରକ୍ଷାବନ୍ଧନ ପାଳନ କରିଥିଲେ । ଏହିପରି ସମବିତ ଗୁରୁକୁଲମ ବାଳିକା ସୈନିକ ସ୍କୁଲର ଛାତ୍ରୀଙ୍କଠାରୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ସମୟକୁ ସ୍ମରଣୀୟ କରିବା ସହ ଭାଇ ଭଉଣୀଙ୍କ ମଧ୍ୟରେ ଅପାର ସ୍ନେହ ଓ ଅତୁଟ ବିଶ୍ବାସର ପ୍ରତୀକ ହେଉଛି ରାକ୍ଷୀ । ଆଜି ସମବିଦ୍ ଗୁରୁକୁଲମ ବାଳିକା ସୈନିକ ସ୍କୁଲ ପରବିାର ସହିତ ରକ୍ଷାବନ୍ଧନ ପର୍ବ ପାଳନ କରିବାର ସୈାଭାଗ୍ୟ ଲାଭ ହେଲା । ଛୋାଟ ଛୋଟ ଝିଅ ଓ ଭଉଣୀମାନଙ୍କ ସ୍ନେହ ଆଜିର ଆନନ୍ଦ ଓ ଉଲ୍ଲାସକୁ ଆହୁରି ମଧୁର କରିଛି । ଏହି ସ୍ମରଣୀୟ ରକ୍ଷା ବନ୍ଧନ ପାଇଁ ମୁଁ ଦିଦି ମା ସ୍ବାଧୀ ରିତାମ୍ଭରାଙ୍କ ନିକଟରେ କୃତଜ୍ଞ ରହିବି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।