ଉତ୍ତରଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ରାଜସ୍ଥାନରେ ପ୍ରବଳ ଗରମ ମଧ୍ୟରେ କୋଚିଂ ସହର କୋଟାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେବଳ କୋଟା ଜିଲ୍ଲାରେ ଅପ୍ରତ୍ୟାଶିତ ଭାବେ ଗତ ୪୮ ଘଣ୍ଟାରେ ରାସ୍ତା କଡ଼ରୁ ୨୧ ଜଣଙ୍କର ମୃତଦେହ ମିଳିଲାଣି। ଗତ ଦୁଇ ଦିନ ମଧ୍ୟରେ କୋଟାସ୍ଥିତ ନ୍ୟୁ ମେଡିକାଲ କଲେଜ ହସ୍ପିଟାଲ ଓ ଏମବିଏସ୍ ହସ୍ପିଟାଲର ଶବଗୃହକୁ ୨୧ଟି ମୃତଦେହ ଅଣାଯାଇଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହୋଇଛି ତାତି । ମଂଗଳବାର ୪୫ ଦଶମିକ ୯ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି ।ସେହିପରି ସୋନପୁରରେ ୪୫ ଦଶମିକ ୩ଡିଗ୍ରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି । ବାତ୍ୟା ରେମାଲ ପ୍ରଭାବରେ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲା । କିନ୍ତୁ ବାତ୍ୟା ଚାଲିଯିବା ପରେ ପୁଣି ପଶ୍ଚିମା ଉଷ୍ମ ବାୟୁ ପ୍ରବାହ ଆରମ୍ଭ ହୋଇଛି ।