ନୂଆଦିଲ୍ଲୀ: ଶେଷରେ ମନିଷ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ସିସୋଦିଆଙ୍କୁ ଜାମିନ ପରେ ଆପ୍ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଆପ୍ ଏହାକୁ ‘ସତ୍ୟର ବିଜୟ’ କହି ଥିବାବେଳେ ବିଜେପି କହିଛି ‘ବେଶି ଖୁସି ହୁଅନି’। ଜାମିନକୁ ନେଇ ଆପର ନେତାମାନେ ଖୁସି ମନାଉଛନ୍ତି ଯେପରି କିଛି ବଡ଼ ପୁରସ୍କାର ମିଳିଛି ।
ମଦ ଦୁର୍ନୀତି ମାମଲାରେ ମନିଷ ଜେଲରେ ଥିଲେ । ଦିଲ୍ଲୀରେ ମଦ ଦୁର୍ନୀତିକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଅରବିନ୍ଦ କେଜରିଓ୍ବାଲ ଏବଂ ମନସିସୋଦିଆ ଜେଲରେ ଥିଲେ । ପାଖାପାଖି 18 ମାସ ପରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି।
ଆପ୍ ରାଜ୍ୟସଭା ସାଂସଦ ରାଘବ ଚଢା, ଆପ୍ ନେତ୍ରୀ ଆତିଶୀ କହିଛନ୍ତି, “17 ମାସ ପରେ ମନୀଷ ସିସୋଦିଆ ଜାମିନ ପାଇଛନ୍ତି। ବିଜେପି ଏକଛତ୍ରବାଦ ଶାସନ କରୁଛି । ବିରୋଧୀଙ୍କୁ ଟାର୍ଗେଟ କରୁଛି । ଏହା ସତ୍ୟର ବିଜୟ। ତାଙ୍କୁ ମିଥ୍ୟା ମାମଲାରେ ଫସା ଯାଇଥିଲା । ସେହିପରି ପୂର୍ବରୁ ଏହି ମାମଲାରେ ଗିରଫ ହୋଇ ଜାମିନ ପାଇଥିବା ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ମନୀଷ ସିସୋଦିଆଙ୍କ ଜାମିନ କେନ୍ଦ୍ରର ଏକଛତ୍ରବାଦ ଶାସନକୁ ଶକ୍ତ ଚାପୁଡ଼ା। ସେପଟେ ବିଜେପି ପକ୍ଷରୁ ଦିଲ୍ଲୀ ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବ କହିଛନ୍ତି, ମଦ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ବିଜେପି ସର୍ବଦା କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରେ । ଜଣେ ଅଭିଯୁକ୍ତ ଜାମିନ ପାଇବାର ଅର୍ଥ ନୁହେଁ, ସେ ମାମଲାରୁ ମୁକ୍ତ ହୋଇଗଲେ। ବର୍ତ୍ତମାନ ତଦନ୍ତ ଚାଲିଛି । କେହି ଜଣେ ଅଭିଯୁକ୍ତ ଜାମିନ ପାଇବେ କି ନାହିଁ ତାହା କୋର୍ଟ ଅଧୀନରେ ଆସେ। ମନୀଷ କ୍ରମାଗତ ଭାବେ ବେଲ୍ ପାଇଁ ଚେଷ୍ଟା କରୁଥିଲେ । ବର୍ତ୍ତମାନ କେଉଁ ସର୍ତ୍ତରେ ସେ ଜାମିନ ପାଇଛନ୍ତି ତାହା ଜଣାପଡିବ।