୨୦୨୪-୨୫ ଆର୍ଥିକ ବର୍ଷର ନିୟମିତ କେନ୍ଦ୍ର ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ୬,୨୧,୯୪୦.୮୫ କୋଟି ଟଙ୍କା (ପାଖାପାଖି ୭୫ ବିଲିୟନ ଆମେରିକୀୟ ଡଲାର) ଆବଣ୍ଟନ କରାଯାଇଛି, ଯାହା ମନ୍ତ୍ରଣାଳୟ ଗୁଡ଼ିକ ମଧ୍ୟରେ ସର୍ବାଧିକ। ଅନ୍ତରୀଣ ବଜେଟରେ ମନ୍ତ୍ରଣାଳୟକୁ ଦିଆଯାଇଥିବା ଆବଣ୍ଟନକୁ ବଜାୟ ରଖି କେନ୍ଦ୍ର ସରକାର ଆଇଡିଏକ୍ସ (ଏଡିଆଇଟିଇ) ଯୋଜନା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରରେ ଅଭିନବତା ପାଇଁ ୪୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରିଛନ୍ତି ।
ଏହି ଯୋଜନା ମାଧ୍ୟମରେ, ମନ୍ତ୍ରଣାଳୟ ଷ୍ଟାର୍ଟଅପ୍ / ଏମଏସଏମଇ ଏବଂ ଉଦ୍ଭାବକମାନଙ୍କ ସହିତ ଡେଫ୍-ଟେକ୍ ସମାଧାନ ବିକଶିତ କରିବା ଏବଂ ଭାରତୀୟ ସେନାକୁ ଅଭିନବ ଏବଂ ସ୍ୱଦେଶୀ ବୈଷୟିକ ସମାଧାନ ଯୋଗାଇବା ପାଇଁ ଯୋଗାଯୋଗ କରୁଛି । ପ୍ରଚଳିତ ଆଇଡିଇଏକ୍ସ ଗାଇଡଲାଇନ ଅନୁଯାୟୀ ପ୍ରତି ଆବେଦନକାରୀଙ୍କ ପାଇଁ ୨୫ କୋଟି ଟଙ୍କାର ବର୍ଦ୍ଧିତ ସୀମା (ସର୍ବାଧିକ) ସହିତ ଉତ୍ପାଦ ବିକାଶ ବଜେଟର ୫୦% ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବ ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମନ୍ତ୍ରଣାଳୟକୁ ଆବଣ୍ଟନ ପ୍ରାୟ ଅଧିକ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆବଣ୍ଟନ ତୁଳନାରେ ଏକ ଲକ୍ଷ କୋଟି ଟଙ୍କା (୧୮.୪୩%) ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ଆବଣ୍ଟନ ତୁଳନାରେ ୪.୭୯% ଅଧିକ। ସେଥିମଧ୍ୟରୁ ୨୭.୬୬% ଭାଗ ପୁଞ୍ଜିକୁ ଯାଉଛି। ଜୀବିକା ଏବଂ ପରିଚାଳନା ପ୍ରସ୍ତୁତି ଉପରେ ରାଜସ୍ୱ ଖର୍ଚ୍ଚ ପାଇଁ ୧୪.୮୨%; ବେତନ ଓ ଭତ୍ତା ପାଇଁ ୩୦.୬୬%; ପ୍ରତିରକ୍ଷା ପେନସନ ପାଇଁ ୨୨.୭୦% ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ନାଗରିକ ସଂଗଠନ ପାଇଁ ୪.୧୭%। ମୋଟ ଆବଣ୍ଟନ ଭାରତ ସରକାରଙ୍କ ବଜେଟ୍ ଆକଳନର ପ୍ରାୟ ୧୨.୯୦% ଅଟେ ।
ପ୍ରତିରକ୍ଷା ଜ୍ଞାନକୌଶଳ ଏବଂ ଉତ୍ପାଦନ କ୍ଷେତ୍ରରେ ‘ଆତ୍ମନିର୍ଭରତା’କୁ ପ୍ରୋତ୍ସାହିତ କରିବା ଏବଂ ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର/ପ୍ଲାଟଫର୍ମରେ ସଜ୍ଜିତ କରିବା ସହିତ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଆବଣ୍ଟନର ଉଦ୍ଦେଶ୍ୟ।
କେନ୍ଦ୍ରରେ ବାହିନୀର ଆଧୁନିକୀକରଣ
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ପୁଞ୍ଜି ହେଡ୍ ଅଧୀନରେ ବଜେଟ୍ ଆବଣ୍ଟନ ୧.୭୨ ଲକ୍ଷ କୋଟି ଟଙ୍କା, ଯାହା କି ୨୦୨୨-୨୩ ଆର୍ଥିକ ବର୍ଷର ବାସ୍ତବ ବ୍ୟୟ ତୁଳନାରେ ୨୦.୩୩% ଅଧିକ ଏବଂ ୨୦୨୩-୨୪ ଆର୍ଥିକ ବର୍ଷର ସଂଶୋଧିତ ଆବଣ୍ଟନ ଠାରୁ ୯.୪୦% ଅଧିକ। ଏହି ଆବଣ୍ଟନର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ଏବଂ ପରବର୍ତ୍ତୀ ଆର୍ଥିକ ବର୍ଷରେ ବଡ଼ ଟିକେଟ୍ ଅଧିଗ୍ରହଣ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ କ୍ଷମତା ବ୍ୟବଧାନ ପୂରଣ କରିବା । ବର୍ଦ୍ଧିତ ବଜେଟ ଆବଣ୍ଟନ ସଶସ୍ତ୍ର ବାହିନୀକୁ ଅତ୍ୟାଧୁନିକ ଜ୍ଞାନକୌଶଳ, ଗୁରୁତ୍ବପୂର୍ଣ୍ଣ ଅସ୍ତ୍ରଶସ୍ତ୍ର, ଲଢୁଆ ବିମାନ, ଜାହାଜ, ବୁଡ଼ାଜାହାଜ, ପ୍ଲାଟଫର୍ମ, ମାନବବିହୀନ ଆକାଶଯାନ, ଡ୍ରୋନ, ବିଶେଷଜ୍ଞ ଯାନ ଇତ୍ୟାଦିରେ ସଜ୍ଜିତ କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ପୁଞ୍ଜି ଅଧିଗ୍ରହଣ ଉପରେ ବାର୍ଷିକ ନଗଦ ଅର୍ଥର ଆବଶ୍ୟକତା ପୂରଣ କରିବ ।