ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ଗଣେଶ ପୂଜା । ଆଉ ସେ ପୂଜାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଉ ଏବେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ବିରୋଧୀମାନେ ଏହାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ପ୍ରଧାନ ବିଚାରପତି(ସିଜେଆଇ)ଙ୍କ ଘରେ ଗଣେଶ ପୂଜାରେ ଯୋଗଦେବାକୁ ନେଇ ବିରୋଧୀ କହିଛନ୍ତି ଏହା ହେଉଛି ମୋଦିଙ୍କ ଚାଲ । ନ୍ୟାୟାଳକୁ ନିଜ ପଟକୁ ଆଣିବା ପାଇଁ ମୋଦି ଏଭଳି ସଂପର୍କ ବଢ଼ାଇଛନ୍ତି ବୋଲି କହିଛନ୍ତି ସଂଜୟ ରାଉତ । ଏବେ ଏହି ସବୁ ପ୍ରଶ୍ନ ନେଇ ଦେଶରେ ରାଜନୈତିକ ଝଡ଼ ଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଘରେ ହୋଇଥିବା ଗଣେଶ ପୂଜା ଉତ୍ସବରେ ଯୋଗଦେବା ପରେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।