ମମତା ମାଗୁଛନ୍ତି ନ୍ୟାୟ । ସେ ହେଉଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତାଙ୍କରି ରାଜ୍ୟରେ ଏପରି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି । ତାଙ୍କରି ବିଭାରରେ ଡାକ୍ତରଙ୍କ ରେଷ୍ଟ ରୁମଟିଏ ନାହିଁ ରାତିରେ ବିଶ୍ରାମ ନେବା ପାଇଁ । କେବଳ ଦୋଷ ଛଡ଼ାଇବା ପାଇଁ ରାସ୍ତାରେ ନ୍ୟାୟ ମାଗୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ହେଉଛି ପଶ୍ଚିମଙ୍ଗର ଦିଦିଙ୍କ ଶାସନ ସମୟରେ ଘଟିଥିବା ଅଭାବନୀୟ ଘଟଣା । ମମତା ବାନାର୍ଜୀଙ୍କ ଏଭଳି ଡ୍ରାମା ଦେଖି ବିଜେପି ଏବଂ ବାମ ଦଳ କହିଛନ୍ତି ଏସବୁ ମମତାଙ୍କର ଶସ୍ତା ରାଜନୀତି । କେବଳ ଲୋକଙ୍କୁ ଭଣ୍ଡାଇବା , ଗୋଳମାଳ କରିବା ହେଉଛି ତାଙ୍କର ଲକ୍ଷ୍ୟ । ଦେଖାଯାଉ ଆଗକୁ କଣ ସବୁ ଘଟୁଛି ।