କେତେକ ସାଧାରଣ ରୋଗ ଚିକିତ୍ସାରେ ବ୍ୟବହୃତ ହେଉଥିବା ୪୧ଟି ଔଷଧର ମୂଲ୍ୟ ହ୍ରାସ କରିବାକୁ ସରକାର ଘୋଷଣା କରିଛନ୍ତି। ଏହି ୪୧ଟି ଔଷଧ ବ୍ୟତୀତ ମଧୁମେହ, ହୃଦୟ ଓ ଯକୃତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ୬ଟି ଫର୍ମୁଲେସନର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ଦର ହ୍ରାସ ନିଷ୍ପତ୍ତି ପରେ ଆଣ୍ଟାସିଡ୍, ମଲ୍ଟିଭିଟାମିନ୍ ଓ ଆଣ୍ଟିବାୟୋଟିକ୍ ଭଳି ଔଷଧ ଶସ୍ତା ହେବ।ଔଷଧ ବିଭାଗ ଏବଂ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ମୂଲ୍ୟ ହ୍ରାସ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏନପିପିଏର ୧୪୩ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ଜନସାଧାରଣଙ୍କ ପାଇଁ ସୁଲଭ ରହିବ ବୋଲି ବୈଠକରେ ସୁନିଶ୍ଚିତ କରାଯାଇଥିଲା।