ଆଉ ନାହାନ୍ତି ଦେଶର ରତ୍ନ ରତନ ଟାଟା । କିଛି ସମୟ ଭିତରେ ପଞ୍ଚତତ୍ବରେ ବିଲୀନ ହୋଇଯିବେ ଭାରତର ରତନ ଟାଟା । ସାରା ଦେଶ ତାଙ୍କୁ ଆଜି ଅଶ୍ରୁପୂର୍ଣ୍ଣ ବିଦାୟ ଦେଉଛି । ରାଜକୀୟ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତ ସରିଛି । ରରତନ ଟାଟାଙ୍କୁ ବିଦାୟ ଦେବା ପାଇଁ ଅନେକ ଲୋକ ଏକାଠି ହୋଇଛନ୍ତି । ତାଙ୍କ ମୃତ୍ୟୁ ଅସାଧାରଣ, ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ
ରତନ ଟାଟା ଥିଲେ ଅନେକଙ୍କ ପ୍ରେରଣା। ଆଉ କିଛି ସମୟ ପରେ ପଞ୍ଚଭୂତରେ ଲିନ ହେବେ ରତନ ଟାଟା। ରାଜକୀୟ ସମ୍ମାନ ସରିଛି । ସରିଛି ଶେଷ ଦର୍ଶନ । ଏବେ ସେ ଆମଠୁ ବିଦାୟ ନେଇଛନ୍ତି । ନିଉଜ ରୁମ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି ।
ମହାରାଷ୍ଟ୍ରର ସିନ୍ଦେ ସରକାର ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିବାକୁ ପ୍ରସ୍ତାବ ପାରିତ କରିଛନ୍ତି। ୨୦୦୦ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୨୦୦୮ ମସିହାରେ ରତନ ଟାଟା ପଦ୍ମବିଭୂଷଣ ସମ୍ମାନ ପାଇଥିଲେ।
ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟାଙ୍କୁ ବିଦାୟ ପାଇଁ ବିଶିଷ୍ଟ ବ୍ୟକ୍ତିମାନେ ଅପେକ୍ଷା କରିଛନ୍ତି । ଶିଳ୍ପଜଗତର ଏହି ମହାନ ନାୟକଙ୍କୁ ଭାରତରତ୍ନ ଉପାଧି ମିଳିନି ସତ କିନ୍ତୁ ସେ ଥିଲେ ଭାରତର ଅସଲ ରତନ । ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଦେଶର ମଙ୍ଗଳ ପାଇଁ କାମ କରିଆସିଛନ୍ତି । ସେ ସଦାବେଳେ ବଡ଼ ସ୍ବପ୍ନ ଦେଖିବାକୁ ଭୟ କରିନାହାଁନ୍ତି । ବଡ଼ ସ୍ବପ୍ନ ଦେଖି ସେ ପୂରଣ କରିବାକୁ ପରିଶ୍ରମ କରି ସଫଳ ହୋଇଛନ୍ତି । ଆଜି ଟାଟା ଏକ ଅନୁଷ୍ଠାନ ଭାବେ ସମସ୍ତଙ୍କ ହୃଦୟରେ ରାଜ କରୁଛି ।