ବୋଲବମ ନିୟମକୁ ପ୍ରିୟଙ୍କା କଲେ ସମାଲୋଚନା
ଯେଉଁମାର୍ଗ ଦେଇ କାଉଡିଆ ଯିବେ ସେହି ମାର୍ଗରେ ଥିବା ସମସ୍ତ ଭୋଜନାଳୟ ମାଲିକଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଭୋଜାନାଳୟ ମାଲିକମାନେ ଦୋକାନରେ ନିଜ ନାଁ, କ୍ୟୁଆର କୋର୍ଡ ଓ ଫୋନ ନମ୍ବର ଲଗାଇବେ । ଜୁଲାଇ ୨୨ରୁ ଆରମ୍ଭ ହେବ ଶ୍ରାବଣ ମାସର ବହୁ ପବିତ୍ର ବୋଲବମଯାତ୍ରା । ଶ୍ରଦ୍ଧାଳୁ ଏହା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ମୁସଲିମ ବ୍ୟବସାୟ ବେଶ ବଦଳାଇ ଖାଦ୍ୟ ବିକ୍ରି କରୁଛନ୍ତି । ଶାକହାରୀ ନାଁରେ ମାଂସାହାରୀ ଖାଦ୍ୟ ବିକି ସେମାନଙ୍କ ଆସ୍ଥା ଉପରେ କୁଟାରଘାତ କରୁଛନ୍ତି । ଏହାକୁ କିନ୍ତୁ କଂଗ୍ରେସ ବିରୋଧ କରିଛି ।