ଆଜି ୭୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଲଞ୍ଚ୍ କରିବେ ମୋଦି । ଓଡିଶାକୁ ମିଳିବ ମୋଦିଙ୍କ ସ୍ବାସ୍ଥ୍ୟ ଗ୍ୟାରେଣ୍ଟି । ମାର୍ଚ୍ଚ ଶେଷ ସୁଦ୍ଧା ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଆଜି ଆୟୁଷ୍ମାନ ଯୋଜନା ଦ୍ବିତୀୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର । ବିସ୍ତୃତ ଗାଇଡ ଲାଇନ ଓ ମୋଡାଲିଟ ପ୍ରସ୍ତୁତ କରି ଖୁବଶୀଘ୍ର ଓଡିଶାରେ କାର୍ଯ୍ୟାକାରୀ କରିବେ ବିଜେପି ସରକାର । ରାଜ୍ୟ ବାହାରେ ଦାଦନ ଖଟୁଥିବା ଶ୍ରମିକଙ୍କୁ ବି ମିଳିବ ମାଗଣା ଚିକିତ୍ସା । ଯୋଜନାରେ ଲାଭବାନ ହେବେ ରାଜ୍ୟର କୋଟିଏ ପରିବାର ।