ଆଗାମୀ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଗାମୀ ଗରମ ପାଣିପାଗ ଋତୁ (ଏପ୍ରିଲରୁ ଜୁନ୍) ପାଇଁ ପୂର୍ବାନୁମାନ ତଥ୍ୟ, ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରାର ସମ୍ଭାବନା, ବିଶେଷକରି ମଧ୍ୟ ଭାରତ ଓ ପଶ୍ଚିମ ଭାରତରେ ଅଧିକ ଗ୍ରୀଷ୍ମ ପ୍ରବାହ ଆଶଙ୍କା ସହିତ ଏପ୍ରିଲରୁ ଜୁନ୍, ୨୦୨୪ ପର୍ଯ୍ୟନ୍ତ ତାପମାତ୍ରାର ସମ୍ଭାବ୍ୟ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ଅତ୍ୟାବଶ୍ୟକ ଔଷଧ, ସାଲାଇନ୍, ଆଇସ୍ ପ୍ୟାକ୍, ଓଆରଏସ୍ ଏବଂ ପାନୀୟ ଜଳ ଆଦିକୁ ନେଇ ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ବିଶେଷ କରି ଆଞ୍ଚଳିକ ଭାଷାରେ ଟେଲିଭିଜନ, ରେଡିଓ ଏବଂ ସୋସିଆଲ ମିଡିଆ ଭଳି ସମସ୍ତ ପ୍ଲାଟଫର୍ମ ମାଧ୍ୟମରେ ଅତ୍ୟାବଶ୍ୟକ ସୂଚନା ଶିକ୍ଷା ଯୋଗାଯୋଗ (ଆଇଇସି)/ସଚେତନତା ସାମଗ୍ରୀର ଠିକ୍ ସମୟରେ ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଯେହେତୁ ସାଧାରଣ ନିର୍ବାଚନ ସହିତ ମେଳ ଖାଉଥିବା ୨୦୨୪ରେ ସ୍ୱାଭାବିକ ଗ୍ରୀଷ୍ମ ଋତୁ ଠାରୁ ଅଧିକ ଗରମ ହେବାର ସମ୍ଭାବନା ରହିଛି, ତେଣୁ ଏହା ଅନୁଭବ କରାଯାଇଥିଲା ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏନଡିଏମଏ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକ ଆଞ୍ଚଳିକ ଭାଷାରେ ଅନୁବାଦ କରାଯାଇ ବ୍ୟାପକ ଭାବରେ ପ୍ରସାରିତ କରାଯିବ ।