ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଏବି ପିଏମ-ଜେଏୱାଇ) ଅଧୀନରେ ୭୦ ବର୍ଷରୁ ଅଧିକ ବୟଷର ସମସ୍ତ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ପ୍ରଦାନକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ୬କୋଟି ବରିଷ୍ଠ ନାଗରିକଙ୍କ ସହ ପାଖାପାଖି ୪.୫ କୋଟି ପରିବାରକୁ ଲାଭ ଦେବା ଉଦ୍ଦେଶ୍ୟରେ ପାରିବାରିକ ଭିତ୍ତିରେ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ସୁରକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନତେରାସ ଅବସରରେ ଦେଶର ବରିଷ୍ଠ ନାଗରିକମାନଙ୍କୁ ସ୍ବାସ୍ଥ୍ୟବୀମା ଉପହାର ଦେଇଛନ୍ତି। ଏହା ଅନ୍ତର୍ଗତ ବରିଷ୍ଠ ନାଗରିକଙ୍କ ପାଇଁ ୧୨,୮୫୦କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟ ସେବା ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ମୋଦୀଙ୍କ ଏହି ଘୋଷଣା ଅନୁଯାୟୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ( ପିଏମଜେଏୱାଇ ) ରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଯାହାର ପ୍ରତ୍ୟକ୍ଷ ସୁବିଧା ୭୦ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଉପଲବ୍ଧ ହେବ।