ନୂଆଦିଲ୍ଲୀ: ହିନ୍ଦୁମାନଙ୍କୁ ବଦନାମ କରିବାକୁ ଦିଆଯିବନି । ଇକୋ ସିଷ୍ଟମକୁ ତାଙ୍କରି ଭାଷାରେ ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମ ନେଇ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି । କଂଗ୍ରେସ ଉପରେ ବର୍ଷିଛନ୍ତି । ରାହୁଲ ସୋମବାର ଦେଇଥିବା ହିନ୍ଦୁ ବିରୋଧୀ ମନ୍ତବ୍ୟର ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସଭାରେ ସେ କହିଛନ୍ତି ଯେ ଅତ୍ୟନ୍ତ ଯୋଜନାବଦ୍ଧଭାବେ କଂଗ୍ରେସ ଓ ତାହାର ସହଯୋଗୀ ଦଳମାନେ ହିନ୍ଦୁମାନଙ୍କ ବିରୋଧରେ ଚକ୍ରାନ୍ତ କରୁଛନ୍ତି । ଏହାର ଉଚିତ ଜବାବ ଦିଆଯିବ । ବିକାଶ ବିରୋଧୀଙ୍କୁ ଦେଶ ବିରୋଧୀଙ୍କୁ ଛଡ଼ାଯିବନି ।
କଂଗ୍ରେସ ଦେଶରେ ମିଛ ପ୍ରଚାର କରୁଛି, ଯାହାକୁ ଗମ୍ଭୀରତାର ସହ ନିଆଯିବ ବୋଲି ମୋଦି କଡ଼ା ସ୍ବରରେ କହିଛନ୍ତି । ଭାରତୀୟ ସେନାକୁ ଆଧୁନିକ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । କିନ୍ତୁ କଂଗ୍ରେସ ଭାରତୀୟ ସେନାକୁ ସବୁଦିନ ପାଇଁ ଦୁର୍ବଳ ରଖିବାକୁ ଉଦ୍ୟମ ଚଳାଉଛି । ସବୁବେଳେ ସେନା ବିରୋଧରେ ମିଥ୍ୟା ପ୍ରଚାର କରୁଛି । ନିଟ୍ ପ୍ରଶ୍ନପତ୍ର ଲିକ ମାମଲାରେ ସେ କହିଛନ୍ତି ଏହି ମାମଲାର ଦୋଷୀମାନଙ୍କୁ ଗିରଫ କରାଯାଉଛି । ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଲୋକମାନଙ୍କ କ୍ଷମା କରିବେ ନାହିଁ