ନ୍ୟୁୟର୍କର ଏକ ଅଦାଲତ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ତଥା ଚଳିତ ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଏକ ବ୍ୟବସାୟିକ ରେକର୍ଡରେ ଜାଲିଆତି କରି ତଥ୍ୟ ଲୁଚାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଟ୍ରମ୍ପ ଓ ତାଙ୍କ ତତ୍କାଳୀନ ଫିକ୍ସର ମାଇକେଲ କୋହେନ୍ ରାଜ୍ୟ ଓ ସଂଘୀୟ ଆଇନକୁ ଉଲ୍ଲଂଘନ କରି ଜଣେ ବୟସ୍କ ଚଳଚ୍ଚିତ୍ର ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ସଙ୍କୁ ଗୁପ୍ତ ଦେୟ ପ୍ରଦାନ କରିଥିଲେ। ଜୁରି ଟ୍ରମ୍ପଙ୍କୁ ସମସ୍ତ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଏହି ରାୟ ଆମେରିକା ଗଣତନ୍ତ୍ରରେ ଦୁଇଟି ଦୃଷ୍ଟିକୋଣରୁ ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି କରିଛି। ପ୍ରଥମ ଥର ପାଇଁ କୌଣସି ଆପରାଧିକ ମାମଲାରେ କୌଣସି ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।