ଆଜି ଶାସକ ଦଳ ଏନ୍ଡିଏ ପ୍ରାର୍ଥୀ ଓମ ବିର୍ଲା ବାଚସ୍ପତି ଭାବେ ପୁଣି ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମ୍ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିବାକୁ ପ୍ରସ୍ତାବ ଦେବାପରେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂହ ତାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏର ସମସ୍ତ ସଦସ୍ୟ ଓମ ବିର୍ଲାଙ୍କୁ ସମର୍ଥନ କରିଥିଲେ । ଏନ୍ଡିଏ ବାଚସ୍ପତି ପ୍ରାର୍ଥୀ ଭାବେ ପୁଣି ଥରେ ଓମ ବିର୍ଲାଙ୍କୁ ବାଛିଥିଲାବେଳେ ସେ ବିଜୟୀ ହୋଇଛନ୍ତି । ସରକାର ଉପ ବାଚସ୍ପତି ବଦ ବିରୋଧୀ ଇଣ୍ଡିଆ ବ୍ଲକ୍କୁ ଦେବାକୁ ରାଜି ନହେବାରୁ କଂଗ୍ରେସ ୮ ଥର ଧରି ସାଂସଦ ବନିଥିବା କେ ସୁରେଶଙ୍କୁ ନିଜର ବାଚସ୍ପତି ପ୍ରାର୍ଥୀ ଭାବେ ବାଛିଥିଲା। ୧୮ଦଶ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିବା ପରେ ଓମ୍ ବିର୍ଲାଙ୍କୁ ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇଛନ୍ତି। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓମ୍ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ କରାଇଛନ୍ତି ।