ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ସରଗରମ ହୋଇଛି । ଓଡ଼ିଶାର ବିଭିନ୍ନ ଦଳର ନେତା ସେଠାକୁ ଯାଇ ପ୍ରଚାର କରୁଛନ୍ତି । ପ୍ରଚାର ବେଳେ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି ଗତ କିଛି ଦିନ ଧରି ୭ଟି ଗଣ ଦୁଷ୍କର୍ମ ଓଡ଼ିଶାରେ ଘଟିଲାଣି । ବିଜେପି ସରକର ଆଇନ ଶୃଙ୍ଖଳା ରକ୍ଷା କରିପାରୁନାହିଁ । ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିବା ଖବର ଓଡ଼ିଶାକୁ ନିନ୍ଦିତ କରୁଛି |
ବିଜେପି ସରକାରକୁ ଆସିବା ପରେ ଅପରାଧିକ କାର୍ଯ୍ୟକଳାପ ସହ ମହିଳାଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମ ବଢ଼ିବାରେ ଲାଗିଛି | ଓଡ଼ିଶାକୁ ସମ୍ଭାଳି ପାରୁନଥିବା ବିଜେପିର ନେତା ,ମନ୍ତ୍ରୀ ମାନେ ଝାଡ଼ଖଣ୍ଡ ରେ ଆସି ପ୍ରଚାର କରୁଛନ୍ତି | ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିବା ସହ ଓଡ଼ିଶା ବିଜେପି ନେତାଙ୍କୁ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଷ୍ଟିୟରିଂ କମିଟି ସଦସ୍ୟ ମହମ୍ମଦ ମୋକିମ |
ଶ୍ରୀ ମୋକିମ କହିଛନ୍ତି ଓଡ଼ିଶା ବିଜେପି ନେତା ଝାଡ଼ଖଣ୍ଡର ପ୍ରଚାର ମଇଦାନରୁ ଉତ୍ତର ଦିଅନ୍ତୁ । କାହିଁକି ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ଶୋଷଣ ବଢୁଛି ଓ ଗତ କିଛି ଦିନରେ ୭ଟି ଗଣ ଦୁଷ୍କର୍ମ ଘଟିଛି ,ସରକାର କାହିଁକି ହାତ ବାନ୍ଧି ବସିଛନ୍ତି ?? । କାହିଁକି ସରକାର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଓଡ଼ିଆଙ୍କୁ ସାମିଲ୍ ନକରି ଆମ୍ବ ଟାକୁଆ ଖାଇବାକୁ ମଜବୁର କରୁଛନ୍ତି ?? ଆମ୍ବ ଟାକୁଆ ଖାଇ ମୃତ୍ୟୁ ବରଣ କରିବା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ଓ ଏହାର ଜବାବ୍ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ?? ।
ଦୀର୍ଘ ଚାରି ଦିନ ଧରି ଶ୍ରୀ ମୋକିମଙ୍କ ନେତୃତ୍ୟରେ ଓଡ଼ିଶା କଂଗ୍ରେସର ଏକ ଟିମ୍ ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ତତସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି | ଭାଲୁବାସା ରେ ରହୁଥିବା ଓଡ଼ିଆ ସମାଜର ଲୋକଙ୍କ ସହ ଏକ ବୈଠକ କରି ସେମାନଙ୍କ ଅସୁବିଧା ବିଷୟରେ ଶୁଣି ଏହି ନିର୍ବାଚନର ଅଜୟ କୁମାରଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ | ଜାମସେଦପୁର ପୂର୍ବ ନିର୍ବାଚନ ମଣ୍ଡଳୀରେ ବସବାସ କରୁଥିବା ବିଭିନ୍ନ ଓଡ଼ିଆ ଭୋଟର ଙ୍କୁ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଜନ ଅସନ୍ତୋଷ ବିଷୟରେ ଅବଗତ କରି ବିଜେପିକୁ ହରାଇ କଂଗ୍ରେସକୁ ଜିତାଇବାକୁ ଶ୍ରୀ ମୋକିମ ଓଡ଼ିଆ ଭୋଟରଙ୍କୁ କହିଥିଲେ |
ବିଭିନ୍ନ ସଂଖ୍ୟାଲଘୁ ସମାଜ , ଶିଖ ସମାଜ ମାନଙ୍କ ସହ ଆଲୋଚନା କରି ଡ଼. ଅଜୟ କୁମାରଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ନିବେଦନ କରିଥିଲେ |
ସାକଚି ବଜାର , ଗୋଲ୍ ମୋରି , ଆଗ୍ରିକୋ, ଟିନ୍ ପ୍ଲେଟ , ଆଗ୍ରୀକୋ ଇତ୍ୟାଦି ଅଞ୍ଚଳରେ ପ୍ରଚାର କରି ଲୋକଙ୍କୁ ସଚେତନ କରିବା ସହ କଂଗ୍ରେସ ପ୍ରାର୍ଥୀ ଡ଼. ଅଜୟ କୁମାରଙ୍କୁ ବିଜୟୀ କରିବାକୁ ଅନୁରୋଧ କରିଥିଲେ |