ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ସେପ୍ଟେମ୍ବର 7 ରେ କାନାଡା ରେ ଓସଓ୍ବା ସହରରେ ପ୍ରବାସୀ ଓଡ଼ିଆ ପରିବାରମାନଙ୍କ ମିଳିତ ଅନୁକୂଲ୍ୟରେ ଗଣେଶ ମହୋତ୍ସବ ଆଡମ୍ବର ସହିତ ପାଳନ କରାଯାଇଛି । ଏହି ଉତ୍ସବରେ ପଣ୍ଡିତ ନଳିନୀକାନ୍ତ ଦାଶ ପୂଜା କାର୍ଯ୍ୟବିଧି ଅନୁସାରେ ଯଥା ରୀତି ପାଳନ କରିବା ସହିତ ହୋମ ଏବଂ ପୁଷ୍ପାଞ୍ଜଳି ଦ୍ୱାରା ଛୋଟ ଛୁଆମାନଙ୍କୁ ଗଣେଶ ପୂଜାର ମହତ୍ୱ ବୁଝାଇଥିଲେ | ପ୍ରବାସୀ ଓଡ଼ିଆ ପରିବାର ମିଳି ମିଶି ବହୁ ସାଯସଜ୍ଜା ରେ ଯୋଗ ଦେଇଥିଲେ । ପୂଜା ସମାପନ ପରେ ପ୍ରସାଦ ସେବନରେ ପାଖା ପାଖି ୨୦୦ ଭକ୍ତ ଗଣ ଯୋଗ ଦେଇଥିଲେ ।
ଭାଇଚାରା ଏବଂ ସଦ୍ଭାବନାର ସଂଜ୍ଞା ପ୍ରତିଟି ପ୍ରବାସୀ ଓଡ଼ିଆଙ୍କ ମନରେ ପ୍ରସ୍ଫୁଟିତ ହଵା ବାରି ହେଇଯାଉଥିଲା | ୩ ଦିନ ଧରି ଗଣେଶଙ୍କୁ ସ୍ଥାପନା କରି ପୂଜା ଅର୍ଚନା ସହିତ ପୂଜା ଆସରରେ ଖୁବ ଲୋକ ମେଳି ହୋଇ ପ୍ରବାସୀ ଅଣ ଓଡ଼ିଆ ବନ୍ଧୁ ଙ୍କ ସ୍ୱାଗତ ସମ୍ବର୍ଧନା ଖୁବ ସୁନ୍ଦର ଭାବେ କରିଥିଲେ | ବିଦେଶ ମାଟିରେ ରହି ପରମ୍ପରା କୁ ଭୁଲିନଥିବା କଥା ଅକ୍ଷୟରେ ଅକ୍ଷୟରେ ପ୍ରତିପାଦିତ ହେଉଥିଲା |
ତୃତୀୟ ଦିନ ରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ଙ୍କ ବିସର୍ଜନ ସମାପନ ହୋଇ ଥିଲା | ଓଡ଼ିଆ ଲୋକମାନେ ସେଠାରେ ଓଡ଼ିଆ ସଂସ୍କୃତି ଏବଂ ଐତିହ୍ୟକୁ ମନେପକାଇବା ସହ ଓଡ଼ିଆ ରୀତିନୀତିରେ ଗଣେଷ ପୂଜା ଆୟୋଜନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ମୁମ୍ବାଇ ସ୍ଥିତ ଓଡିଆ ସଂଗୀତଜ୍ଞ “ଶୁଭ୍ରଦୀପ ସାହୋ” ଯୋଗ ଦେଇଥିଲେ । ପଦ୍ମ ବିଭୁଷଣ ପଣ୍ଡିତ ହରିପ୍ରସାଦଙ୍କ ଶିଷ୍ୟ ଏବଂ ସେ ସୋନୁ ନିଗମ, ସୁନୀଧି ଚୈାହାନ, ଜାକିର ହୁସେନ୍, ଇରଫାନ୍ ଖାନ୍, ହୁମା କୁରେଶି, ଗଜରାଜ ରାଓ ଏବଂ ଅନେକ ବରିଷ୍ଠ କଳାକାରଙ୍କ ସହ କାର୍ଯ୍ୟ କରିଛନ୍ତି । ପୂଜାର ଆୟୋଜନ ଗଣେଶ ରଥ କରିଥିବାବେଳେ ଆୟୋଜନରେ ଗଣେଶ, ମଧୁ, ଚିନ୍ମୟ, ନିଧି ସହଯୋଗ କରିଥିଲେ । ନିରୋଦ ମଉସା, ନୀତା ନାନି ଏବଂ ବାନି ନାନି ସମସ୍ତ ସାହାଯ୍ୟ ଏବଂ ସମର୍ଥନ କରିଥିଲେ । ବୈଷ୍ଣବ, ଜିତା ଅପା, ଶକ୍ତି, ସୁବ୍ରତ, ରିଙ୍କୁ, ମେଘା, ମିଥାଲି, ଆଲୋକିକା, ଆଦିତ୍ୟ, ସ୍ନିଗ୍ଧା, ମିତ୍ର, ପାୟଲ, ଶ୍ରେୟା, ଦୀପାନ, ପୁଣ୍ୟ ପୂଜାରେ ସମସ୍ତ ସହଯୋଗ କରିଥିଲେ ।
ପୂଜାରେ ହୋମ, ଖଡି ଛୁଆଁ, ଆଦି ସମସ୍ତ ପୂଜା ନୀତି କରାଯାଇଥିଲା । ପ୍ରଭୁ ଗଣେଶଙ୍କ 21 ନାମ ଏବଂ ଏହାର ମହତ୍ତ୍ୱ ଉପରେ ଛାତ୍ରଛାତ୍ରୀମାନେ କହିଥିଲେ । ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ ।