ନୂଆଦିଲ୍ଲୀ: ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ବିଜୟ ମାଲ୍ୟାଙ୍କ ବିରୋଧରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ସହ ଜଡ଼ିତ ୧୮୦ କୋଟି ଟଙ୍କାର ଋଣ ପରିଶୋଧ ନ କରିବା ମାମଲାରେ ମୁମ୍ବଇର ଏକ ସ୍ୱତନ୍ତ୍ର ଅଦାଲତ ଜାମିନବିହୀନ ପରଓ୍ବାନା ଜାରି କରିଛନ୍ତି। ଅନେକ ଦିନ ହେଲା ବିଜୟ ମାଲ୍ୟା ଫେରାର ଅଛନ୍ତି । ସେ ବ୍ରିଟେନରେ ରହୁଛନ୍ତି ।