ନ୍ୟୁୟର୍କ ସହରର ବିଦ୍ୟାଳୟଗୁଡ଼ିକ ନଭେମ୍ବର ୧ ତାରିଖ ଦିନ ଦୀପାବଳି ପାଇଁ ବନ୍ଦ ରହିବ। ପ୍ରଥମ ଥର ପାଇଁ ସହରର ବିଦ୍ୟାଳୟଗୁଡ଼ିକ ଦୀପାବଳି ପାଇଁ ଛୁଟିଦିନକୁ ସ୍ୱୀକୃତି ଦେଇଛନ୍ତି। ନ୍ୟୁୟର୍କ ସିଟି ମେୟର ଏରିକ ଆଡାମସଙ୍କ ନିର୍ଦ୍ଦେଶ ଅନୁସାରେ ଦୀପାବଳି ଛୁଟି ଘୋଷଣା କରାଯାଇଛି । ହିନ୍ଦୁ ଲୋକଙ୍କ ଚାହିଦାକୁ ଦର୍ଶାଇ ସେ ଏହି ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ଅକ୍ଟୋବର ୩୧ ତାରିଖ ଦୀପାବଳି ରାତି ହୋଇଥିବାରୁ ପରଦିନ ସ୍କୁଲ ଯିବାର ଚାପ ସେମାନଙ୍କ ଉପରେ ଆଉ ରହିବ ନାହିଁ। ଦୀପାବଳିକୁ ସର୍ବସାଧାରଣ ଛୁଟିଦିନ ଘୋଷଣା କରାଯାଇଥିବାରୁ ହିନ୍ଦୁ ସଂଗଠନମାନେ ଆଡାମସଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଯେ ଆମେ ବହୁତ ଗର୍ବିତ ଯେ ମେୟର ଏରିକ୍ ଆଡାମସ୍ ଏହା ଘୋଷଣା କରିଛନ୍ତି। ତେଣୁ, ଆମେ ସମସ୍ତେ ତାଙ୍କ ନିକଟରେ କୃତଜ୍ଞ।