ନିଟ୍ ପରୀକ୍ଷାର ଅନିୟମିତତା ପରେ ଲାଗୁ ହୋଇଛି କଡ଼ା ନିୟମ । ଏଣିକି ପରୀକ୍ଷାରେ ଯେ କୈାଣସି ଦୁର୍ନୀତି କରିଥିଲେ ଏକ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ । ପରୀକ୍ଷା ଦୁର୍ନୀତିକୁ ଦୃଷ୍ଟିରେ ରଖି ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରାକର। ପରୀକ୍ଷାରେ ପ୍ରଶ୍ନପତ୍ର କାଗଜ ଲିକ ରୋକିବା ପାଇଁ କଠୋର ଦଣ୍ଡ ହେବ ଲାଗୁ । ସରକାର ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନ୍ଫେୟାର୍ ମିନ୍ସ) ଆଇନ ପ୍ରଣୟନ କରିଛନ୍ତି। ନିଟ୍ ଏବଂ ୟୁଜିସି ପରୀକ୍ଷାକୁ ନେଇ ଏକ ବଡ଼ ବିବାଦ ମଧ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ, ଯାହା କାଗଜ ଲିକ୍ ଏବଂ ଅନିୟମିତତାକୁ ରୋକିବ। ଏହି ନୂଆ ନିୟମ ଅନୁସାରେ, ଦୋଷୀଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ଦଶ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।