ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ବର୍ଷ ହେଲା ତାଙ୍କର ପତିଆରା ଥିଲା । ତେବେ ତାଙ୍କୁ ଦାଉଦ ଗୋଷ୍ଠୀଙ୍କଠାରୁ ଧମକ ମିଳିଥିଲା । ସରକାରଙ୍କ ପକ୍ଷରୁ ଓ୍ବାଇ କାଟାଗୋରୀ ସୁରକ୍ଷା ଦିଆଯାଇଥିଲା । ତେବେ କାଲି ରାତିରେ ଅଫିସରୁ ଫେରୁଥିବା ବେଳେ ଅପରାଧୀଙ୍କ ଗୁଳିମାଡରେ ଏନସିପି ଅଜିତ ପାୱାର ଦଳର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କ ମୃତ୍ୟୁ ହୋଇଯାଇଛି | ପୋଲିସ ତିନି ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ଅନୁସାରେ ବାବା ସିଦ୍ଦିକିଙ୍କୁ ଦେହରେ ତିନିଟି ଗୁଳି ବାଜିଥିଲା | ଗୁଳିମାଡ ପରେ ବାବା ପଡିଯାଇଥିଲେ ଆଉ ତୁରନ୍ତ ତାଙ୍କୁ ମୁମ୍ବାଇର ଲୀଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ହସପିଟାଲ ଯିବା ପୂର୍ବରୁ ତାଙ୍କର ହୃତସ୍ପନ୍ଦନ ବନ୍ଦ ହୋଇଥିବା ଡାକ୍ତର କହିଥିଲେ । ତିନି ଜଣ ଅପରାଧି ଗୋଟିଏ କାରରେ ଆସି ଗୁଳି କରିଥିଲେ । ଦୁଇ ଜଣ ଗିରଫ ହୋଇଥିବା ପୋଲିସ କହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ।
ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାନ୍ଦ୍ରା ଖେରୱାଡି ଛକ ନିକଟରେ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା | ଅଫିସରୁ ସେ ଏବଂ ତାଙ୍କ ପୁଅ ଆସୁଥିଲେ । ଏକ ଫୋନ ଆସିବା ପରେ ବାବାଙ୍କ ପୁଅ ଅଫିସ ଫେରିଯାଇଥିଲେ । ବାବା ସିଦ୍ଦିକ କାର ବାହାରେ ଠିଆ ହୋଇଥିବା ବେଳେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା ଆଉ ତାଙ୍କର ମୃତ୍ୟୁ ଘଟିଛି | ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ମାମଲାରେ ଦୁଇ ଜଣ ସୁଟରଙ୍କୁ ଗିରଫ କରାଯାଇଛି। ସୁଟରମାନେ ସିଦ୍ଦିକିଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ ଯେଉଁଥିରୁ ତିନିଟି ଗୁଳି ତାଙ୍କ ଦେହରେ ବାଜିଥିଲା |ହସପିଟାଲରେ ମୁଖ୍ୟମନ୍ତ୍ରୀ ସିନ୍ଦେ ପହଁଚିଥିଲେ । ଅନେକ ବରିଷ୍ଠ ନେତାଙ୍କ ସହ ଅଭିନେତା ହସପିଟାଲରେ ରାତିରେ ପହଁଚିଥିଲେ । ବାବା ସିଦ୍ଦିକିଙ୍କ ମୃତ୍ୟୁ ଖବର ପାଇବା ପରେ ବଲିଉଡ ଅଭିନେତା ସଲମାନ ଖାନ ମଧ୍ୟ ଲୀଲାବତୀ ଡାକ୍ତରଖାନାରେ ପହଞ୍ଚିଥିଲେ।