ଓଡ଼ିଶା ଦେଇଛି 20ଟି ପଦ୍ମ । ସେଥିପାଇଁ ଓଡ଼ିଶାକୁ ନାହିଁ ନଥିବା ପ୍ରଶଂସା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଏନଡିଏ ବୈଠକରେ ଓଡିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବୋଲି କହିଛନ୍ତି ମୋଦୀ । ଖାଲି ସେତିକି ନୁହେଁ ଏଥର ଓଡିଶାରେ ଯେଉଁଭଳି କ୍ରାନ୍ତି ଦେଖିବାକୁ ମିଳିଲା, ତାକୁ ଦେଖି ଆଗାମୀ ୨୫ ବର୍ଷ ଭିତରେ ମହାପ୍ରଭୁଙ୍କ କୃପାରୁ ଓଡିଶା ଦେଶର ବିକାଶ ଯାତ୍ରାରେ ଇଞ୍ଜିନ ହେବ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।
ମୋଦି କହିଛନ୍ତି ଏନଡିଏ ଆଜି ୨୨ ରାଜ୍ୟରେ ଶାସନ କରୁଛି । ଲୋକମାନେ ସେଠାରେ ସରକାର ଗଢିବାକୁ ସୁଯୋଗ ଦେଇଛନ୍ତି । ଏହାର ଅର୍ଥ ଏନଡିଏ ମେଣ୍ଟ ଭାରତର ଆତ୍ମା ସାଜିଛି ବୋଲି ମୋଦୀ କହିଛନ୍ତି ।
ଏହି ଅବସରରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ରାଷ୍ଟ୍ରପତି ମୋଦୀଙ୍କୁ ନୂଆ ସରକାରୀ ଗଠନ ପାଇଁ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଜୁନ୍ ୯ ସନ୍ଧ୍ୟା ୬ଟାରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ।