ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ କୋଟି କୋଟି ୟୁଜର ସୋସିଆଲ ମିଡିଆରେ ମଜାଦାର ମତ ଦେଉଛନ୍ତି । ଦୁଇଜଣଙ୍କ ସେଲଫିକୁ ନେଇ ଏବେ ସୋସିଆଲ ମିଡ଼ିଆ ଟ୍ରେଣ୍ଡ କରୁଛି ।
କଥା ହେଉଛି ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଇଟାଲୀ ଯାଇଥିଲେ ମୋଦି । ଆପୁଲିଆଠାରେ ହେଉଥିବା ଏହି ବୈଠକରେ ମୋଦିଙ୍କ ସହ ମେଲୋନି ମଜାଦାର ସେଲଫି ଭିଡିଓ ବି ଅପଲୋଡ଼ କରିଛନ୍ତି ନିଜ ସୋସିଆଲ ମିଡିଆ ଏକ୍ସରେ । ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଫେରିବା ପରେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।