ମେ’୩୦ରେ ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀ ଗସ୍ତ କରିବେ। ଏଠାରେ ସେ ସ୍ବାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ନିର୍ମିତ ସ୍ମାରକୀ ରକ୍ ମେମୋରିଆଲ୍ରେ ଧ୍ୟାନ କରିବେ। ମଙ୍ଗଳବାର ବିଜେପି ନେତାମାନେ କହିଛନ୍ତି ମୋଦୀ ମେ’ ୩୦ ତାରିଖ ସନ୍ଧ୍ୟା ଠାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନ ମଣ୍ଡପରେ ଧ୍ୟାନ କରିବେ।ବିଶ୍ୱାସ କରାଯାଏ ଯେ ଏଠାରେ ବିବେକାନନ୍ଦ ଭାରତ’ମାତାଙ୍କ ବିଷୟରେ ଏକ ଐଶ୍ୱରୀୟ ଦର୍ଶନ ପାଇଥିଲେ। ୨୦୧୯ ନିର୍ବାଚନ ପ୍ରଚାର ପରେ କେଦାରନାଥ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ମଧ୍ୟ ଧ୍ୟାନ କରିଥିଲେ।