ଜାମ୍ମୁକାଶ୍ମୀରରେ ନୂଆ ସରକାର ଗଠନ କରିଛନ୍ତି ଓମାର ଅବଦୁଲ୍ଲା । ନୂଆ ସରକାର ଗଠନ ହେବା ପରେ ଦୁଇ ଥର ଆତଙ୍କବାଦୀମାନେ ଆକ୍ରମଣକ କରି ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି ।
ଜମ୍ମୁ କଶ୍ମୀରରେ କ୍ରମାଗତ ଭାବେ ଆତଙ୍କବାଦୀ ଆକ୍ରମଣ ଘଟୁଥିବା ବେଳେ ଏହି ଆକ୍ରମଣକୁ ଉଗ୍ରବାଦୀ ଆକ୍ରମଣ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ । ଜମ୍ମୁ-କଶ୍ମୀରର ଗନ୍ଦବଲରେ ରବିବାର ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗନ୍ଦରବଲରେ ସ୍ଥାନୀୟ ଅଣ ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଓମାର ଅବଦୁଲ୍ଲା ଏହାକୁ ଏକ ଉଗ୍ରବାଦୀ ଆକ୍ରମଣ ବୋଲି କହିଛନ୍ତି।
ଏହି ଆକ୍ରମଣ ପରେ ଅବଦୁଲ୍ଲା ଏକ ପୋଷ୍ଟ ଶେୟାର କରି କହିଛନ୍ତି, ମୁଁ ନୀରିହ ଲୋକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଦୃଢ ନିନ୍ଦା କରୁଛି ଏବଂ ସେମାନଙ୍କ ପ୍ରିୟଜନଙ୍କୁ ସମବେଦନା ଜଣାଉଛି। ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତୁ।
ଓମାର ଅବଦୁଲ୍ଲାଙ୍କ ବିବୃତ୍ତି ପରେ ଲୋକମାନେ ସୋସିଆଲ ମିଡିଆରେ ‘ଆତଙ୍କବାଦୀ’ ପରିବର୍ତ୍ତେ ‘ଉଗ୍ରବାଦୀ’ ଶବ୍ଦକୁ କିପରି ବ୍ୟବହାର କରିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ।