ମୋଦୀ ସରକାରରେ ସବୁଠାରୁ ଧନୀ ମନ୍ତ୍ରୀ । ଯାହାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି । ତାଙ୍କ ବିଷୟରେ ଆସନ୍ତୁ ଜାଣିବା । ସେ ହେଉଛନ୍ତି ଚନ୍ଦ୍ରଶେଖର ପେମସାନି । ଗୁଣ୍ଟୁରରୁ ନବନିର୍ବାଚିତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ଏବଂ ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ଜଣେ ରାଷ୍ଟ୍ରମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ବୃତ୍ତିରେ ଡାକ୍ତର ଥିବା ୪୮ ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ୧୮ତମ ଲୋକସଭା ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ କୁହାଯାଉଛି। ତାଙ୍କର ମୋଟ ସଂପତ୍ତିର ପରିମାଣ ୫୭୦୦ କୋଟି ଟଙ୍କା । ସେ ତାଙ୍କ ପାରିବାରିକ ସମ୍ପତ୍ତିରେ ଏହା ପୂର୍ବରୁ ଘୋଷଣା କରିସାରିଥିଲେ। ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୩,୪୪,୬୯୫ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଏବଂ ଏବେ ମୋଦୀ ସରକାରଙ୍କ ତୃତୀୟ ପାଳିରେ ସାମିଲ ହୋଇଛନ୍ତି ।