ଦୁଇ ଷ୍ଟାରଙ୍କ ବିବାହକୁ ନେଇ ଚର୍ଚା । ଅଲମ୍ପିକ୍ସରେ ବାଜି ମାରିଥିବା ମନୁ ଭାକରଙ୍କୁ ବିବାହ କରିବେ ନୀରଜ ଚୋପ୍ରା। ଏଭଳି ଚର୍ଚା ଏବେ ଖାଲି ଭାରତରେ ନୁହେଁ ସାରା ବିଶ୍ବରେ ଚାଲିଛି । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଶେଷ ସନ୍ଧ୍ୟାରେ ପିସ୍ତଲ ସୁଟର ମନୁ ଭାକର ଏବଂ ଭାରତର ଲୋକପ୍ରିୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ସାଥିରେ ଦେଖିବା ପରେ ଆରମ୍ଭ ହୋଇଛି ଏଭଳି ଚର୍ଚ୍ଚା। ନୀରଜ ଉଭୟ ମନୁ ଓ ତାଙ୍କ ସହ ହସି ହସି କଥା ହେଉଥିବା ବେଳେ ୩ଜଣ ପ୍ୟାରିସ୍ ଅଲିମ୍ପିକ୍ସର ଶେଷ ସନ୍ଧ୍ୟାକୁ ଉପଭୋଗ କରିଥିଲେ। ଏହି ସମୟର ଭିଡିଓ ସାମ୍ନାକୁ ଆସିବା ପରେ ଦୁହେଁ ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏମଧ୍ୟରେ ମନୁଙ୍କ ବାପା ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ, “ମନୁ ଏବେ ବହୁତ ଛୋଟ ଅଛନ୍ତି। ତାଙ୍କର ବିବାହ କରିବାର ବୟସ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ଆମେ ଏ ବିଷୟରେ ଚିନ୍ତା କରୁନାହୁଁ।” ତେବେ ସେ ବିବାହ ଖବରକୁ ଖାରଜ କରିଥିଲେ ବି ନୀରଜଙ୍କ ସହ ମନୁଙ୍କ ସମ୍ପର୍କ ବିଷୟରେ କିଛି କହିନଥିବାରୁ ଦୁହିଁଙ୍କ ମଧ୍ୟରେ ନିଶ୍ଚିତ ଭାବରେ ପ୍ରେମ ସମ୍ପର୍କ ଥିବା କଥା ଲୋକେ କହିବା ଆରମ୍ଭ କରିଛନ୍ତି।