ମୁକୁଳିଲେ ସିସୋଦିଆ । ଦିଲ୍ଲୀ ରାଜନୀତିରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଜେଲରେ ଥିବା ବେଳେ ଏବେ ମନୀଷ ସିସୋଦିଆ ଜାମିନରେ ବାହାରିଛନ୍ତି । ମଦ ଦୁର୍ନୀତିକୁ ନେଇ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । କିଛି ସର୍ତ ରହିଛି ଯାହାକୁ ମାନିବାକୁ ସିସୋଦିଆ ରାଜି ହୋଇଛନ୍ତି । ଦିଲ୍ଲୀ ମଦ ନୀତି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସୁପ୍ରିମ୍କୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ଏହାପରେ ସନ୍ଧ୍ୟାରେ ସେ ତିହାର ଜେଲ୍ରୁ ମୁକୁଳିଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ସହ ପାସପୋର୍ଟ ଜମା କରିବାକୁ ତାଙ୍କୁ ବିଚାରପତି ବିଆର୍ ଗଭାଇ ଓ ବିଚାରପତି କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।