ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଛି ନିତି ଆୟୋଗ ପରିଚାଳନା ପରିଷଦ ବୈଠକ। ତେବେ ବୈଠକରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକ ଅଧାରୁ ଉଠି ଚାଲିଯାଇଛନ୍ତି। ତାଙ୍କୁ ବୈଠକରେ କଥା କହିବାକୁ ଅଧିକ ସମୟ ନ ମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ଉଠିଯାଇଥିଲେ।ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ନିତି ଆୟୋଗର ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ବୈଠକରେ ମତ ରଖିବାକୁ ୫ ମିନିଟ ସମୟ ଦିଆଯାଇଥିଲା। ମମତା ନିଜ ମତ ରଖିଥିଲେ। କିନ୍ତୁ ସେ ୫ ମିନିଟରୁ ଅଧିକ ସମୟ କହିବାକୁ ଚାହୁଁଥିଲେ। ହେଲେ ୫ ମିନିଟ ହେବା କ୍ଷଣି ତାଙ୍କ ମାଇକ ବନ୍ଦ କରିଦିଆଯାଇଥିଲା, ଯେଉଁଥିରେ ମମତା ବିରକ୍ତି ପ୍ରକାଶ କରି ଅଧାରୁ ବୈଠକରୁ ଉଠି ପଳାଇଥିଲେ।