ମହାରାଷ୍ଟ୍ରରେ ପୁଣି ବିଜେପି ମେଂଟ ସରକାର ଗଠନ କରିବ କି ? କାରଣ ଅଧିକାଂଶ ଏକଜିଟ ପୋଲ ମହାୟୁତି ପୁଣି ସରକାର ଗଠନ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ଅଧିକାଂଶ ସଂସ୍ଥା ଏହି ମ୍ୟାଜିକ ନମ୍ବର ମହାୟୁତି ଅତିକ୍ରମ କରିବ ବୋଲି କହିଛନ୍ତି । ତେବେ ଆସନ୍ତା ୨୩ ତାରିଖରେ ଭୋଟ ଗଣତି ପରେ ଫଳାଫଳ ଜଣାପଡ଼ିବ ।
ମାଟ୍ରିଜ କରିଥିବା ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ। ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ।
ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ବିଜେପି ମେଣ୍ଟ ୧୫୨ରୁ ୧୬୦, ଏମଭିଏ ୧୩୦ରୁ ୧୩୮ ଓ ଅନ୍ୟାନ୍ୟ ଦଳ ୬ରୁ ୮ଟି ଆସନ ଜିତିବେ।
ପି-ଏମଆରକ୍ୟୁ ଏକଜିଟ ପୋଲରେ କୁହାଯାଇଛି ଯେ ବିଜେପି ମେଣ୍ଟ ୧୩୭ରୁ ୧୫୭, ଏମଭିଏ ୧୨୬ରୁ ୧୪୬ ଓ ଅନ୍ୟାନ୍ୟ ଦଳ ୨ରୁ ୮ଟି ଆସନ ଜିତିବେ।
ଇଲେକ୍ଟୋରାଲ ଏଡଜ କହିଛି ବିଜେପି ମେଣ୍ଟ ୧୧୮, ଏମଭିଏ ୧୫୦ ଓ ଅନ୍ୟାନ୍ୟ ଦଳ ୨୦ଟି ଆସନ ଜିତିବେ।
ପିପୁଲ୍ସ ପ୍ଲସ କହିଛି ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୭୫ରୁ ୧୯୫, ଏମଭିଏ ୮୫ରୁ ୧୧୨ ଓ ଅନ୍ୟାନ୍ୟ ଦଳ ୭ରୁ ୧୨ଟି ଆସନ ପାଇବେ।