ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୀଡିତାଙ୍କ ମୁଣ୍ଡ, ମୁହଁ, ବେକ, ବାହୁ ଏବଂ ଯୌନାଙ୍ଗରେ ୧୪ରୁ ଅଧିକ ସ୍ଥାନରେ ଆଘାତ ଦେଖିବାକୁ ମିଳିଥିଲା। ତେବେ ତାଙ୍କର ହତ୍ୟା ହେତୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରେନି ଡାକ୍ତର ମାମଲାରେ ଶରୀର ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି। ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଫୁସଫୁସରେ ରକ୍ତସ୍ରାବ ଏବଂ ଶରୀରରେ ରକ୍ତ ଜମାଟ ବାନ୍ଧିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଅଧିକ ତଦନ୍ତ ପାଇଁ ରକ୍ତ ଏବଂ ଅନ୍ୟାନ୍ୟ ଶାରୀରିକ ତରଳ ପଦାର୍ଥର ନମୁନା ପଠାଯାଇଛି। ଆସନ୍ତୁ ଦେଖିବା ରିପୋର୍ଟ