ମିସ୍ ଇଣ୍ଡିଆ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର କାହିଁକି ନାହାଁନ୍ତି । ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।” ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟକୁ ନେଇ ସାରା ଦେଶରେ ଚର୍ଚା ହେଉଛି । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ଏହା ସାସଂଦ (ରାହୁଲ ଗାନ୍ଧି)ଙ୍କ ବାଳକ ବୁଦ୍ଧି କହି କଟାକ୍ଷ କରିଛନ୍ତି ରିଜିଜୁ।
ଉଲ୍ଲେଖଯୋଗ୍ୟ, ଜାତିଗତ ଜନଗଣନା ଦାବିରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସମ୍ବିଧାନ ସାମ୍ମାନ ସମ୍ମିଳନୀ ଆୟୋଜନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଗାନ୍ଧି କହିଥିଲେ, “90 ପ୍ରତିଶତ ଲୋକ(ଏସସି, ଏସଟି ଓ ଓବିସି)ଙ୍କ ଅଂଶଗ୍ରହଣ ବିନା ଭାରତ ଭଲ ପ୍ରଦର୍ଶନ କରିପାରିବ ନାହିଁ।”
ମୁଁ ମିସ୍ ଇଣ୍ଡିଆର ତାଲିକା ଯାଞ୍ଚ କରିସାରିଛି, ଯେଉଁଥିରେ କୌଣସି ଦଳିତ, ଆଦିବାସୀ କି ଓବିସି ମହିଳା ନଥିଲେ। ଏପରିକି ଗଣମାଧ୍ୟମର ଟପ୍ ଆଙ୍କର୍ ମଧ୍ୟ 90 ପ୍ରତିଶତ ସମ୍ପ୍ରଦାୟରୁ ଆସୁ ନାହାନ୍ତି। ବଲିଉଡ ଏବଂ କ୍ରିକେଟରେ ମଧ୍ୟ ସମାନ ଅବସ୍ଥା ବୋଲି ରାହୁଲ ଗାନ୍ଧି କହିଥିଲେ।