କାଉଡ଼ିଆ ଯାତ୍ରା ମାର୍ଗରେ ହୋଟେଲଗୁଡ଼ିକରେ ମାଲିକଙ୍କ ନାମ ପ୍ରଦର୍ଶନକୁ ନେଇ ବିବାଦ । ରାଜ୍ୟ ସରକାରଙ୍କ ଏପରି ନିର୍ଦେଶକୁ ଅନ୍ତରୀଣ ସ୍ଥଗିତ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାଲିକଙ୍କ ନାମ ସାର୍ବଜନୀନ କରାଯିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଭିତରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଯୋଗଗୁରୁ ବାବା ରାମଦେବ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଯଦି ନିଜର ଉତ୍ପାଦରେ ନାମ ଉଲ୍ଲେଖ କରିବାରେ ରାମଦେବଙ୍କର କୌଣସି ଅସୁବିଧା ନାହିଁ, ତେବେ ରହମାନଙ୍କ ପାଇଁ ନାମ ଘୋଷଣାରେ ସମସ୍ୟା କାହିଁକି? ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାର କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ଖାଦ୍ୟ ଦୋକାନଗୁଡ଼ିକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ଯୋଗଗୁରୁ ରାମଦେବ ଏ ବାବଦରେ ତାଙ୍କ ଆଭିମୁଖ୍ୟ ରଖିଛନ୍ତି।