ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏଥର ଟ୍ରମ୍ପଙ୍କ ସହ କମଳା ହାରିସ୍ ଙ୍କର ଟକ୍କର ହେବ । କମଳା ହାରିସ୍ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ନେଇ ଆନୁଷ୍ଠାନିକ ଭାବେ ଏକ୍ସରେ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ଭୋଟ୍ ଜିତିବାକୁ ମୁଁ କଠିନ ପରିଶ୍ରମ କରିବି। ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡୋନାଲଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍ ଏହି ଦୌଡରୁ ଓହରି ଯାଇଛନ୍ତି। ତେବେ ହାରିସଙ୍କ ପ୍ରାର୍ଥିତ୍ବକୁ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଏବଂ ପତ୍ନୀ ମିସେଲ ଓବାମା ଦୃଢ ସମର୍ଥନ କରିଛନ୍ତି।