ରିଲାଏନ୍ସ ଜିଓ ୫ଜି ସ୍ପେକ୍ଟ୍ରମ ନିଲାମ ପରଦିନ ଏହାର ସମସ୍ତ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଜୁଲାଇ ୩ରୁ ଏହି ବର୍ଦ୍ଧିତ ତାରିଫ୍ ଲାଗୁ ହେବ। ୧୪ ପ୍ରିପେଡ ଅସୀମିତ ପ୍ଲାନ୍, ୩ ଡାଟା ଆଡ଼ଅନ୍ ଏବଂ ୨ ପୋଷ୍ଟପେଡ୍ ପ୍ଲାନ୍ ଉପରେ ଏହି ମୂଲ୍ୟ ବୃଦ୍ଧି ହୋଇଛି। ସବୁଠାରୁ ସୁଲଭ ୧୫୫ଟଙ୍କାର ପ୍ଲାନ୍ ଏବେ ୧୮୯ ଟଙ୍କାରେ ଉପଲବ୍ଧ ହେବ, ଯାହା ପ୍ରାୟ ୨୨%ରୁ ଅଧିକ ମହଙ୍ଗା। ଅଢ଼େଇ ବର୍ଷ ପରେ ମୋବାଇଲ ସେବା କ୍ଷେତ୍ରରେ ଜିଓ ପ୍ରଥମ ଥର ପାଇଁ ମୂଲ୍ୟ ବୃଦ୍ଧି ଘୋଷଣା କରିଛି। ଭାରତର ମୋଟ ୫ଜି ଗ୍ରାହକଙ୍କ ମଧ୍ୟରୁ ୮୫% ଗ୍ରାହକ ଜିଓ ବ୍ୟବହାର କରିଥାନ୍ତି।
ଏହି ପରିବର୍ତ୍ତନ କେବଳ ମୂଲ୍ୟ ଉପରେ ହୋଇଥିବା ବେଳେ କଲିଂ ଓ ଡାଟା ସମାନ ରହିବ। ସବୁଠାରୁ ସୁଲଭ ମାସିକ ୧୫୫ ଟଙ୍କା ପ୍ଲାନ୍ ଏବେ ୧୮୯ ଟଙ୍କା ହୋଇଥିବା ବେଳେ ୨୦୯ ପ୍ଲାନ୍ ବଢ଼ି ୨୪୯ ଟଙ୍କାରେ ପହଞ୍ଚିଛି।