ଝାଡ଼ଖଣ୍ଡରେ ବଦଳିବ କି ସରକାର ? ଅଧିକାଂଶ ଏକଜିଟ ପୋଲର କହିବା କଥା ଯେ ଜେଏମଏମ, କଂଗ୍ରେସ ଓ ଅନ୍ୟ ଦଳକୁ ନେଇ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ଝାଡ଼ଖଣ୍ଡରେ ଗାଦିଚ୍ୟୁତ ହେବେ। ଏହାର ଅର୍ଥ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଫେରିବ। ମୋଟ ୮୧ଟି ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୪୧।
ମାଟ୍ରିଜ କହିଛି ଯେ ବିଜେପି ମେଣ୍ଟ ୪୨ରୁ ୪୭, ଇଣ୍ଡିଆ ୨୫ରୁ ୩୦ ଓ ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇବେ।
ପିପୁଲ୍ସ ପ୍ଲସର ଆକଳନ କହୁଛି, ବିଜେପି ମେଣ୍ଟ ୪୪ରୁ ୫୩, ଇଣ୍ଡିଆ ୨୫ରୁ ୩୭ ଓ ଅନ୍ୟାନ୍ୟ ଦଳ ୫ରୁ ୯ ଆସନ ଜିତିବେ।
ଚାଣକ୍ୟ କହିଛି ଯେ ବିଜେପି ମେଣ୍ଟ ୪୫ରୁ ୫୦, ଇଣ୍ଡିଆ ୩୫ରୁ ୩୮ ଓ ଅନ୍ୟାନ୍ୟ ଦଳ ୩ରୁ ୫ଟି ଆସନ ଜିତିବେ।
ଇଲେକ୍ଟୋରାଲ ଏଡଜ କହିଛି ବିଜେପି ମେଣ୍ଟ ୩୨, ଇଣ୍ଡିଆ ୪୨ ଓ ଅନ୍ୟାନ୍ୟ ଦଳ ୭ଟି ଆସନ ପାଇବେ।
ଟାଇମ୍ସ ନାଓଁ-ଜେଭିସି ପକ୍ଷରୁ ହୋଇଥିବା ସର୍ଭେରେ ବିଜେପି ମେଣ୍ଟ ୪୦ରୁ ୪୪, ଇଣ୍ତିଆ ୩୦ରୁ ୪୦ ଓ ଅନ୍ୟାନ୍ୟ ଦଳ ୧ରୁ ୨ଟି ଆସନ ଜିତି ପାରନ୍ତି ବୋଲି କୁହାଯାଇଛି।
ଆକ୍ସିସ ମାଇଁ ଇଣ୍ଡିଆ କହିଛି ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟର ବଡ଼ ବିଜୟ ହେବ। ରାଜ୍ୟରେ ଇଣ୍ଡିଆ ମେଣ୍ଟ ୫୩ଟି ଆସନ ଜିତିବାକୁ ଯାଉଥିବା ବେଳେ ବିଜେପି ମେଣ୍ଟ ୨୫ ଓ ଅନ୍ୟାନ୍ୟ ଦଳ ଖାତାକୁ ୩ଟି ଆସନ ଯିବ।
ଦୈନିକ ଭାସ୍କର କହିଛି ଯେ ବିଜେପି ମେଣ୍ଟ ୩୭ରୁ ୪୦ଟି, ଇଣ୍ତିଆ ୩୬ରୁ ୩୯ ଓ ଅନ୍ୟାନ୍ୟ ଦଳ ଶୂନରୁ ୨ଟି ଆସନ ପାଇବେ।
ପିଏମଆରକ୍ୟୁ ଏକଜିଟ ପୋଲରେ ଆକଳନ କରିଛି ଯେ ବିଜେପି ମେଣ୍ଟ ୩୧ରୁ ୪୦, ଇଣ୍ଡିଆ ୩୭ରୁ ୪୭ ଓ ଅନ୍ୟାନ୍ୟ ଦଳ ୧ରୁ ୬ଟି ଆସନ ପାଇବେ।