ଧାରା ୩୭୦କୁ ନେଇ ଜମ୍ମୁ-କଶ୍ମୀର ବିଧାନସଭାରେ ଜୋରଦାର ହଙ୍ଗାମା । ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ଶାସକ ଓ ବିରୋଧୀ ଦଳର ନେତା। ୩୭୦ ଧାରା ଲାଗୁ କରିବା ପାଇଁ ପ୍ଲା-କାର୍ଡ ଧରି ଆସିଥିଲେ ପିଡିପି ବିଧାୟକମାନେ । ଯାହାକୁ ବିରୋଧ କରିଥିଲା ବିଜେପି । ବିଜେପି ବିଧାୟକଙ୍କ `ଭାରତ ମାତା କି ଜୟ ନାରା’ରେ କମ୍ପିଲା ବିଧାନସଭା । ବୁଧବାର ଧାରା ୩୭୦ ହଟାଇବାକୁ ବିରୋଧରେ ଜମ୍ମୁ-କଶ୍ମୀର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାକୁ ନେଇ ଗୃହରେ ଜାରି ରହିଛି ହଙ୍ଗାମା। ତେବେ ଗତକାଲି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହାକୁ ନେଇ ଦୁଇ ପକ୍ଷର ବିଧାୟକ ପରସ୍ପର ମୁହାଁମୁହିଁ ହୋଇଥିଲେ।