ଲେବାନନ୍ ଭିତରେ ଏକକାଳୀନ ହଜାର ହଜାର ବିସ୍ଫୋରଣ ଘଟିଛି | ବାର୍ତ୍ତା ପଠାଇବା ଏବଂ ଗ୍ରହଣ କରିବା ପାଇଁ ବ୍ୟବହୃତ ଏକ ଇଲେକ୍ଟ୍ରୋନିକ୍ ଉପକରଣ ପେଜରରେ ଏଭଳି ବିସ୍ଫୋରଣ ଘଟି ଶତାଧିକ ଆତଙ୍କବାଦୀ ଗୁରୁତର ଆହତ ହୋଇଥିବା ବେଳେ 10 ଜଣ ମରିଛନ୍ତି । କୁହାଯାଉଛି ପେଜର ଭିତରେ 3 ଗ୍ରାମର ବାରୁଦ ରଖିଥିଲା ଇସରାଏଲ ଗୁପ୍ତଚର ବାହିନୀ ମୋସାଦ । ତାଇଓ୍ବାନରୁ ହିଜବୁଲା କିଣିଥିଲେ ପେଜର । ଆଉ ତା ଭିତରେ ଥିଲା ବାରୁଦ । କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ । ଲେବାନନ୍ ଏବଂ ପଡୋଶୀ ସିରିଆ ଭିତରେ ଏକକାଳୀନ ହଜାର ହଜାର ପେଜର୍ ବିସ୍ଫୋରଣ ହୋଇଛି | ଏହି କାରଣରୁ ପ୍ରାୟ 3000 ଲୋକ ଆହତ ହୋଇଛନ୍ତି, 10 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଇସଲାମୀୟ ଆତଙ୍କବାଦୀ ସଂଗଠନ ହିଜବୁଲ ସହ ଜଡିତ ଥିଲେ। ହିଜବୁଲ ଇସ୍ରାଏଲକୁ ପେଜର୍ ବିସ୍ଫୋରଣ ଘଟାଇଥିବା ଅଭିଯୋଗ କରିଛି।
ଏକାସାଙ୍ଗରେ କେତେ ପେଜର୍ ବିସ୍ଫୋରଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |