ବାଂଲାଦେଶରେ ସରକାର ଭାଙ୍ଗିବା ପରେ ବିରୋଧୀ ଦଳଙ୍କ ସାହାଯ୍ୟରେ ହିଂସାତ୍ମକ ପରିସ୍ଥିତି ଜାରି ରହିଛି। ସେଠାରେ ଥିବା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେବା ସହ ହିନ୍ଦୁମାନଙ୍କ ମନ୍ଦିର ନଷ୍ଟ କରାଯାଉଛି । ଦେଶର ଖୁଲନା ଡିଭିଜନରେ ଅବସ୍ଥିତ ମେହେରପୁରର ଏକ ଇସ୍କନ୍ ମନ୍ଦିରକୁ ବିକ୍ଷୋଭକାରୀମାନେ ଟାର୍ଗେଟ କରି ନିଆଁ ଲଗାଇଛନ୍ତି। ମନ୍ଦିରକୁ ଭଙ୍ଗାରୁଜା କରାଯାଇ ନିଆଁ ଲାଗିଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ବିଦାୟ ପରେ ଦେଶରେ ଅଶାନ୍ତି ଜାରି ରହିଛି।ଇସ୍କନ୍ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ହିଂସାକୁ ନେଇ ଚାରିଆଡେ ଅସନ୍ତୋଷ ବ୍ୟାପିଛି । ତେବେ ସବୁଠୁ ବଡ଼ କଥା ହେଉଛି କାହିଁକି ବାଲାଂଦେଶରେ ହିଂସା ବ୍ୟାପୁଛି । ତାହାର କାରଣ ହେଉଛି ସରକାରୀ ଚାକିରିରେ ସଂରକ୍ଷଣକୁ ବିଏନପି ପାର୍ଟି ବିରୋଧ କରୁଛି । ଛାତ୍ର ଆନ୍ଦୋଳନ ନାମରେ ହିଂସା ସୃଷ୍ଟି କରାଯାଉଛି । ବିଏନପି ତାକୁ ସହଯୋଗ କରୁଛି ।
ଇସ୍କନ୍ର ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦା ଦାସ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ଇସ୍କନ କେନ୍ଦ୍ର କୁ ନିଆଁ ଲଗାଯିବାରୁ ପ୍ରଭୁ ଜଗନ୍ନାଥ, ବଳଦେବ ଏବଂ ସୁଭଦ୍ରା ଦେବୀ ଜଳି ଯାଇଛନ୍ତି। ତେବେ ମନ୍ଦିର ପରିସରରେ ଥିବା ୩ ଜଣ ଭକ୍ତ କୌଣସି ପ୍ରକାରେ ବାହାରକୁ ଆସିବାରେ ସଫଳ ହୋଇଛନ୍ତି।’’ବାଂଲାଦେଶରେ ଜାରି ରହିଛି ରାଜନୈତିକ ଅସ୍ଥିରତା।
ଆଉ ଏଥିପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ହିଁ ଦାୟୀ କରିଛନ୍ତି ବାଂଲାଦେଶର ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନ। ହିଂସା ନିଆଁରେ ବାଂଲାଦେଶ ଜଳୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ତସଲିମା। ଏହି ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି। ମୈାଳବାଦୀଙ୍କୁ ଖୁସି କରିବା ପାଇଁ ଶେଖ ହସିନା ତାଙ୍କୁ ଦେଶରୁ ବାହାର କରିଥିଲେ। ଆଜି ସେହି ମୈାଳବାଦୀଙ୍କ ବିରୋଧ ଯୋଗୁଁ ହସିନା ନିଜେ ଦେଶ ଛାଡ଼ିଛନ୍ତି। ଏଭଳି ସ୍ଥିତି ପାଇଁ ହସୀନା ନିଜେ ଦାୟୀ।