ତେଲଆଭିଭ: ପୁଣି ଏକ ଯୁଦ୍ଧ ଆରମ୍ଭ ହୋଇଛି । ଇରାନ ଗତକାଲି ରାତିରେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିବାକୁ ନେଇ ବିଶ୍ବନେତା ଚିନ୍ତିତ ଅଛନ୍ତି । ଇରାନ ଇସ୍ରାଏଲ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବିଶ୍ବନେତାମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହାପରେ ଇସ୍ରାଏଲ କଣ ପଦକ୍ଷେପ ନେଉଛି ତାକୁ ନେଇ ସାରା ବିଶ୍ବ ଅପେକ୍ଷା କରୁଛି ।
ହୁଏତ ଆଜି ରାତିରେ ଇସ୍ରାଏଲ ପାଲଟା ଆକ୍ରମଣ କରିପାରେ । ଆକ୍ରମଣ ପରେ ଆମେରିକା ଏବଂ ବ୍ରିଟେନ୍ ଇସ୍ରାଏଲ ପାଇଁ ସମର୍ଥନ ଘୋଷଣା କରିଛନ୍ତି । ଇରାନକୁ ଏହାର ଫଳ ଭୋଗିବାକୁ ପଡ଼ିପାରେ ବୋଲି କହିଛନ୍ତି। ଆଇଡିଏଫ୍ କହିଛି, ଇସ୍ରାଏଲ୍ ସୀମା ରକ୍ଷା କରିବାକୁ ସେନା ପ୍ରସ୍ତୁତ ଅଛି। କିଛି ଦିନ ପୂର୍ବରୁ ଇସ୍ରାଏଲ ସିରିଆରେ ଇରାନ କନସୁଲେଟର କିଛି ଅଂଶକୁ ଟାର୍ଗେଟ କରି ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା। ଯାହା ପରେ ଇରାନର ପ୍ରତିଶୋଧ ନେଇଥିବା କହିଛି । ଗତ କିଛି ମାସ ହେଲା ଗାଜା ଷ୍ଟ୍ରିପରେ ଇସ୍ରାଏଲ ସେନା ଯୁଦ୍ଧ ଚଳାଇଛି । ଏହି ଆକ୍ରମଣ ପଶ୍ଚିମ ଏସିଆରେ ଉତ୍ତେଜନାକୁ ଆହୁରି ବଢ଼ାଇ ଦେଇଛି। ଇସ୍ରାଏଲର କ୍ଷେପଣାସ୍ତ୍ର ବିରୋଧୀ ପ୍ରତିରକ୍ଷା ବ୍ୟବସ୍ଥା ଆଇରନ୍ ଡୋମ୍ ବିଳମ୍ବିତ ରାତିରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ରୋକିବାରେ କିଛି ମାତ୍ରାରେ ସକ୍ଷମ ହୋଇଥିଲା ବେଳେ କିଛି କ୍ଷତି ଘଟିଛି। ଶହ ଶହ ବାଲିଷ୍ଟିକ କ୍ଷେପଣାସ୍ତ୍ର ଇରାନ ଦ୍ୱାରା ଇସ୍ରାଏଲର ସୀମା ଭିତରକୁ ପଠାଯାଇଥିଲା। ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ଆକ୍ରମଣର ଜବାବ ଖୁବ ଶୀଘ୍ର ଦିଆଯିବ ବୋଲି କହିଛନ୍ତି । ତେବେ କଣ ହେଉଛି ତାକୁ ଅପେକ୍ଷା ।