ମୋଦିଙ୍କୁ ଟାର୍ଗେଟ କଲେ ମମତା ଦିଦି । ଏହା ପରେ ଏବେ ରାଜନୀତି ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇ ଦିଦି କହିଥିଳେ ପଶ୍ଚିମବଙ୍ଗ ଜଳାଇଲେ ବିଜେପି ଶାସିତ ରାଜ୍ୟ ବି ଜଳିବ । ଦିଲ୍ଳୀ ବି ଜଳିବ । ବିଜେପିର ବନ୍ଦ ପାଳନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ମୋଦୀଙ୍କ ଉଦ୍ଦେଶ୍ୟରେ ମମତା କହିଛନ୍ତି ଯେ ପଶ୍ଚିମବଙ୍ଗରେ ନିଆଁ ଜଳିଲେ ଏଥିରେ ଅନ୍ୟ ରାଜ୍ୟ ମଧ୍ୟ ପ୍ରଭାବିତ ହେବ। ମମତା କହିଛନ୍ତି ଯେ ମୋଦୀ ତାଙ୍କ ଦଳକୁ ଉପଯୋଗ କରି ପଶ୍ଚିମବଙ୍ଗରେ ନିଆଁ ଲଗାଇବାକୁ ଚେଷ୍ଟା କରୁଛନ୍ତି। ବିଜେପି ଯଦି ଏପରି ଚେଷ୍ଟା କରେ ତେବେ ଆସାମ, ଉତ୍ତରପୂର୍ବାଞ୍ଚଳ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା ଓ ଦିଲ୍ଲୀରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହେବ। ଆମେ ତୁମର ଆସନକୁ ଦୋହଲାଇଦେବୁ। ଏହା ପରେ ଦିଦିଙ୍କୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉତ୍ତର ଦେଇଛନ୍ତି ।