ସେଦିନ ଥିଲା 21 ସେପ୍ଟେମ୍ବର । ମହାଲକ୍ଷ୍ମୀ ନାମକ ଜଣେ 26 ବର୍ଷୀୟା ମହିଳାଙ୍କୁ ହତ୍ୟା କରି ତାଙ୍କ ମୃତଦେହ ପ୍ରାୟ ବତିଶ ଖଣ୍ଡରେ କଟା ଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ହେମନ୍ତ ଦାସ । ବେଙ୍ଗାଲୁରୁର ଭାୟାଲିକାଲରେ ଥିବା ଏକ ଆପାର୍ଟମେଣ୍ଟର ଫ୍ରିଜରେ ରଖାଯାଇଥିଲା ମହାଲକ୍ଷ୍ମୀଙ୍କ କଟା ଶବ। ଏହି ପ୍ରେମ ବ୍ୟାପାରକୁ ନେଇ ସ୍ୱାମୀ ହେମନ୍ତ ଦାସ ତାଙ୍କଠାରୁ ଅଲଗା ରହୁଥିଲେ ।
ମହାଲକ୍ଷ୍ମୀଙ୍କୁ ପ୍ରେମିକ ଅସରଫ ହତ୍ୟା କରିଥିବା ସେ ପୋଲିସ ଆଗରେ କହିଛନ୍ତି । ହେମନ୍ତ କହିଛନ୍ତି ଯେ ସେ ତାଙ୍କୁ ପଚିଶ ଦିନ ପୂର୍ବେ ନେଲାମାଙ୍ଗାଲାରେ ଥିବା ତାଙ୍କ ମୋବାଇଲ ଦୋକାନକୁ ମହାଲକ୍ଷ୍ମୀ ତାଙ୍କ 4 ବର୍ଷର ଝିଅକୁ ନେଇ ଯାଇଥିଲେ । ଅସରଫ ନେଲାମଙ୍ଗଲାର ଏକ ସେଲୁନରେ କାମ କରୁଥିଲେ। ମହାଲକ୍ଷ୍ମୀଙ୍କୁ ପ୍ରେମ ଜାଲରେ ଫସାଇ ପରେ ହତ୍ୟା କରିଥିଲେ ।
କିଛି ମାସ ପୂର୍ବରୁ ମହାଲକ୍ଷ୍ମୀ ସେଶାଦ୍ରିପୁରାମ ପୋଲିସ ଷ୍ଟେସନକୁ ଯାଇ ଅସରଫଙ୍କ ବିରୋଧରେ ବ୍ଲାକମେଲ ଅଭିଯୋଗ ଦାଖଲ କରିଥିଲେ। ଅସରଫ ମଧ୍ୟ ତାଙ୍କ ନାମରେ ଅଭିଯୋଗ କରିଥିଲେ । ହେମନ୍ତ କହିଛନ୍ତି 6 ବର୍ଷ ତଳେ ସେମାନେ ବିବାହ କରିଥିଲେ । କିନ୍ତୁ ଅସରଫର ପ୍ରେମ ପାଇଁ ନଅ ମାସ ପୂର୍ବରୁ ଅଲଗା ହୋଇଥିଲେ। ତେବେ ଘର ମାଲିକ ପ୍ରଥମ ମହଲାରୁ ଆସୁଥିବା ଦୁର୍ଗନ୍ଧ ବିଷୟରେ ହେମନ୍ତଙ୍କୁ ଜଣାଇଥିଲେ । ମହାଲକ୍ଷ୍ମୀଙ୍କ ମାଙ୍କୁ ଜଣାଇବା ପରେ ତାଙ୍କୁ କଟା ଯାଇ ରେଫ୍ରିଜରେଟରରେ ଭର୍ତ୍ତି କରିଥିବାର ଜଣାପଡ଼ିଥିଲା ।
ମହାଲକ୍ଷ୍ମୀଙ୍କ ମୋବାଇଲ୍ ଫୋନ୍ ମିଳିନାହିଁ । ଏତଦ୍ବ୍ୟତୀତ, ପୀଡ଼ିତାଙ୍କୁ ହତ୍ୟା କରିବା ଏବଂ ମୃତଦେହକୁ ଆହୁରି ବିଚ୍ଛିନ୍ନ କରିବା ପାଇଁ ବ୍ୟବହୃତ ହୋଇଥିବା ଅସ୍ତ୍ର ଏପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। 21 ସେପ୍ଟମ୍ବରରୁ ମହାଲକ୍ଷ୍ମୀଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। ପୀଡିତାଙ୍କ ପଡ଼ୋଶୀମାନେ ଦୁର୍ଗନ୍ଧ କରୁଥିବା ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।