ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ଲେଟ କାହିଁକି କରୁଛନ୍ତି । ଏବେ ବଜେଟ୍ରେ ସୁନା ଓ ରୂପାର ସୀମା ଶୁଳ୍କ ହ୍ରାସ କରାଯିବା ପରେ ସୁନାରେଟ୍ କମ ଅଛି । ଗତ ୩ ଦିନ ମଧ୍ୟରେ ସୁନା ୫,୦୦୦ ଟଙ୍କା ଏବଂ ରୂପା ୬,୪୦୦ ଟଙ୍କା ଶସ୍ତା ହୋଇଛି। ତେଣୁ ଏହି ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ । ସରକାର ବଜେଟରେ ସୁନା ଓ ରୂପା ଉପରେ ସୀମା ଶୁଳ୍କ ୧୫%ରୁ ୬%କୁ ହ୍ରାସ କରିଛନ୍ତି। ଯାହା ଫଳରେ ସୁନା ରୂପା ଦର ହ୍ରାସ ପାଇଛି। ବାହାଗର ସିଜିନରେ ସାଧାରଣତ ସୁନା ଦର ବଢ଼ିଥାଏ । ବଜେଟ୍ର ଦୁଇ ଦିନ ପରେ ଅର୍ଥାତ୍ ଜୁଲାଇ ୨୫ରେ ସୁନା ମୂଲ୍ୟ ୯୭୪ ଟଙ୍କା ହ୍ରାସ ପାଇ ୬୮,୧୭୭ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦାମ୍ କିଲୋପିଛା ୩୦୬୧ ଟଙ୍କା ହ୍ରାସ ପାଇ ୮୧,୮୦୧ ଟଙ୍କାରେ ପହଞ୍ଚିଛି।