ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି ଶୁକ୍ରବାର ନୂଆଦିଲ୍ଲୀରେ ୨୨କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୮୦୫ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ପିଛା ୮୮୦ ଟଙ୍କା ବଢ଼ି ଥିଲାବେଳେ ପ୍ରତି କି.ଗ୍ରା. ରୁପା ମୂଲ୍ୟ ଉପରେ ୧୬୪୦ଟଙ୍କା ବଢ଼ିଛି।ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀରେ ଶୁକ୍ରବାର ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୭୫,୧୨୭ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୬୮,୮୧୦.୬୦ ଟଙ୍କା ରହିଛି। ସେହିଭଳି ରୁପା ଦର ପ୍ରତି କି.ଗ୍ରା. ପିଛା ୮୬, ୪୦୦ ଟଙ୍କାରେ କାରବାର ହେଉଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।